୨୮୦ ଉପଭୋକ୍ତାଙ୍କୁ ବୁଷ୍ଟର ଡୋଜର ପ୍ରଦାନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ସଂପ୍ରତି କୋଭିଡ ମହାମାରୀର ପୁନଃ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ମାଗଣାର କରୋନା ବୁଷ୍ଟର ଡୋଜର ଜୁଲାଇ ୧୫ ର ରୁ ଆରମ୍ଭ କରିଛନ୍ତି । ଏହି ମର୍ମରେ ଶୁକ୍ରବାର ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଜନସାଧାରଣଙ୍କୁ କୋଭିଡ ଵୁଷ୍ଟର ଟୀକା ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ବଢୁଥିବାରୁ ଜୁଲାଇ ୧୫ ଧରୁ ଆସନ୍ତା ୭୫ ଦିନ ପର୍ଯ୍ୟନ୍ତ ଏହି ଟୀକାକରଣ ଚାଲିବ । କେନ୍ଦ୍ରରେ ୧୫ ତାରିଖ ଦିନ ୧୨୦ ଜଣ ଟୀକା ନେଇଥିବାବେଳେ ୧୬ ତାରିଖ ଦିନ ୧୬୦ ଜଣ ଟୀକା ନେଇଛନ୍ତି ବୋଲି ଉପଖଣ୍ଡ ମୁଖ୍ୟ ଚିକିତ୍ସାଧୀକାରୀ ଡାକ୍ତର ସାଗର ନାଏକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ