୨୮୫ଟି ବୁଥରେ ହେବ ମତଦାନ
ବିଜେପୁର ଉପନିର୍ବାଚନ ମଣ୍ଡଳୀରେ ମୋଟ୍ ୨୮୫ଟି ବୁଥରେ ମତଦାନ ହେବ । ୨୦୫ଟି ସ୍ଥାନରେ ଗୋଟିଏ ଏବଂ ୩୮ଟି ସ୍ଥାନରେ ଏକାଧିକ ମତଦାନ କେନ୍ଦ୍ର ବ୍ୟବସ୍ଥା ରହିଛି । ଏଥିରୁ ୬ଟି ବୁଥ୍ ଅତି ସମ୍ବେଦନଶୀଳ ଏବଂ ୧୨୯ଟି ସମ୍ବେଦନଶୀଳ ବୁଥ୍ ରହିଛି । ଉପନିର୍ବାଚନରେ ମୋଟ୍ ୨,୩୨,୦୫୫ ଭୋଟର ମତଦାନରେ ଭାଗ ନେବେ । ଏଥିରୁ ୧,୧୯,୯୩୯ ପୁରୁଷ, ୧,୧୨,୧୦୧ ମହିଳା ଏବଂ ୧୫ଜଣ ତୃତୀୟ ଲିଂଗୀ ଭୋଟର୍ ଅଛନ୍ତି । ଚିହ୍ନଟ ହୋଇଥିବା ୨୭୫୦ଜଣ ଦିବ୍ୟାଂଗ ଭୋଟର୍ ପାଇଁ ୨୮୫ଟି ହ୍ୱିଲ୍ ଚେୟାର ରହିବ । ପ୍ରତି ଦିବ୍ୟାଂଗଙ୍କୁ ୨ଜଣ ଲେଖାଏଁ ସ୍ୱେଚ୍ଛାସେବୀ ମତଦାନ ବେଳେ ସହଯୋଗ କରିବେ । ଘରୁ ଦିବ୍ୟାଂଗମାନଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ମୋଟ୍ ୨୩୨୧ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ ୧୪୮ଟି ଡମି ବ୍ରେଲି ବାଲାଟ୍ ପେପର୍ ରହିବ । ୨୮ଟି ବୁଥ୍ରେ “ବ୍କୋଷ୍ଟିଂ, ୧୪ଟିରେ ସିସିଟିଭି, ୧୬ଟିରେ ଭିଡିଓଗ୍ରାଫି କରାଯିବ । ପ୍ରତି ବୁଥ୍ରେ ଜଣେ ପ୍ରିଜାଇଡିଂ ଅଫିସର୍, ୪ଜଣ ପୁଲିଂ ଅଧିକାରୀ ଏବଂ ଜଣେ ଲେଖାଏଁ ସୁରକ୍ଷାକର୍ମୀ ରହିବେ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କଲ୍ୟାଣୀ ଦାଶ ଉପସ୍ଥିତ ଥିଲେ ।