୨୮ ଅମାନିଆ ଦେଲେ ୫୬୦୦ ଟଙ୍କା ଜରିମାନା

ବୁଗୁଡା,(ଅନିଲ କୁମାର ମହାରଣା):ବାରମ୍ବାର ସଚେତନତା ପରେ ମଧ୍ୟ କରୋନାର ଭୟାବହକୁ ବୁଝୁନାହାଁନ୍ତି କେତେକ ଆମାନିଆ ବାଇକ ଚାଳକ। ସେମାନଙ୍କ ଆଇନ ଭଙ୍ଗର କୁ ପ୍ରଭାବ ଭୋଗିବେ ସମସ୍ତ ଜନସାଧାରଣ ଏକଥା ସେମାନେ ମାନିବାକୁ ନାରାଜ। ଗତକାଲି ପ୍ରଶାସନ ଅମାନିଆ ବାଇକ ଚାଳକଙ୍କୁ ସତର୍କତା କରିଥିଲେ ମଧ୍ୟ କୌଣସି ପ୍ରକାର ପ୍ରଭାବ ପଡିନଥିଲା ସେମାନଙ୍କ ମଧ୍ୟରେ। ଶନିବାର ଦିନ କଠୋର ହୋଇଥିଲା ପ୍ରଶାସନ। ୨୮ ଜଣ ଆମାନିଆ ବାଇକ ଚାଳକଙ୍କୁ ଅଟକାଇ ସେମାନଙ୍କ ଠାରୁ ୫୬୦୦ ଟଙ୍କା ଜରିମାନା ଆଦାୟ କରିଛି। ଆଜିର ଏହି ଅଭିଯାନରେ ଅଂଶ ଗ୍ରହଣ କରିଥିଲେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା, ଏନଏସିର ଇଓ ରଶ୍ମିରଞ୍ଜନ ଦାଶ, ବୁଗୁଡା ଥାନା ସେକଣ୍ଡ ଅଫିସର କାର୍ତ୍ତିକ ନାୟକ ଓ ପୋଲିସ ବାହିନୀ।ଏଣିକି ପ୍ରତିଦିନ ଚେକିଂ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ