୨୮ ଆଙ୍ଗୁଳି ଥିବା ଯୁବକ

ଜଣେ ସାଧାରଣ ମଣିଷର ହାତ ଓ ପାଦର ଆଙ୍ଗୁଳି ମିଶି ୨୦ ହୋଇଥାଏ । ପ୍ରତି ହାତ ଓ ପାଦରେ ୫ଟି ଲେଖାଏଁ ଆଙ୍ଗୁଳି ଥାଏ । ମାତ୍ର ଗୁଜରାଟରେ ବାସ କରୁଥିବା ଦେବେନ୍ଦ୍ର ସୁଥରଙ୍କ ପ୍ରତି ହାତ ଏବଂ ପାଦରେ ୭ ଲେଖାଏଁ ଆଙ୍ଗୁଳି ରହିଛି । ତାଙ୍କର ଆଙ୍ଗୁଳି ସଂଖ୍ୟା ୨୮ । ସେହିପରି ଓଡ଼ିଶାର ଗଞ୍ଜାମରେ ବାସ କରୁଥିବା ୬୩ ବୟସ୍କ କୁମାର ନାୟକ ନାମକ ମହିଳାଙ୍କ ଦୁଇ ହାତର ଆଙ୍ଗୁଳି ସଂଖ୍ୟା ୧୨ ଏବଂ ପାଦର ଆଙ୍ଗୁଳି ସଂଖ୍ୟା ୧୯ ରହିଛି । ତାଙ୍କର ମୋଟ ଆଙ୍ଗୁଳି ସଂଖ୍ୟା ୩୧ ରହିଛି । ଡାକ୍ତରଙ୍କ ଅନୁସାରେ ହଜାରେ ଲୋକଙ୍କ ମଧ୍ୟରେ ଏଭଳି ଜଣେ ଲୋକଙ୍କଠାରେ ବ୍ୟତିକ୍ରମ ଦେଖାଯାଇଥାଏ । ଏହା ଏକ ଜନ୍ମଗତ ରୋଗ ପୋଲିଡେକ୍ଟଲି ଯୋଗୁ ହୋଇଥାଏ । ତେବେ ମାତୃଗର୍ଭରେ ଥିବା ସମୟରେ ଏସମ୍ପର୍କରେ ଅଲ୍‌ଟ୍ରାସାଉଣ୍ଡ୍ ଦ୍ୱାରା ଜଣାପଡ଼ିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ