୨୮ ଦିନରେ ୧୩ ମୃତକଙ୍କ ପରିବାରଙ୍କୁ ଭେଟିଲେ ମନ୍ତ୍ରୀ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଗତ ଡିସେମ୍ବର ୨୮ ତାରିଖ ଠାରୁ ଚଳିତ ଜାନୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ୨୮ ଦିନରେ ୧୩ ଜଣ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ କେତେକ ପରିବାରଙ୍କୁ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ମୃତକ ୧୩ ଜଣ ବ୍ୟକ୍ତି ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ବ୍ଲକ ଓ ଏନଏସି ଏବଂ ବୁଗୁଡା ବ୍ଲକର ଅଟନ୍ତି। ଏହି ୧୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ହରିଜନ ବର୍ଗର ହୋଇଥିବା ବେଳେ ୮ ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀର ହୋଇଥିବା ବେଳେ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ କୌଣସି ରାଜନୈତିକ ଦଳର ସଦସ୍ୟ ନଥିବା ବେଳେ କେତକ ମଧ୍ୟ ବିରୋଧୀ ଦଳ ସମର୍ଥକ ଅଟନ୍ତି। ଅର୍ଥାତ, ମନ୍ତ୍ରୀ ଶ୍ରୀ ସାହୁ ଦଳ, ମତ, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦୁର୍ଘଟଣା ଗ୍ରସ୍ଥ ଓ ଅକାଳ ମୃତ୍ୟୁ ବରଣ କରିଥିବା ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତ ପରିବାର ନିକଟକୁ ଯାଇ ସମବେଦନା ଜଣାଇଥାଆନ୍ତି। ବୁଗୁଡା ବ୍ଲକର ବିରଞ୍ଚିପୁର ଗ୍ରାମର ଅଭିମନ୍ୟୁ ବେହେରା, କଞ୍ଚୁରୁ ଗ୍ରାମର ସାଗର ନାୟକ ଓ ବାଲିପଦର ଗ୍ରାମର ଅବିନାଶ ଗୁରୁ ତିନି ଜଣ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ଜାନୁଆରୀ ୨୪ ତାରିଖ ଦିନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାର ନିକଟକୁଯାଇ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଓଡ଼ିଶା ମନ୍ତ୍ରୀ ମଣ୍ଡଳରେ ଏହିପରି ଜଣେ ଉତ୍ତମ ବ୍ୟକ୍ତି ସ୍ଥାନ ପାଇଥିବା ଯୋଗୁଁ ଜନସାଧାରଣ ଖୁସି ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ