୨୮ ବର୍ଷ ପରେ ଆସିଲା ବାବ୍ରି ମସଜିଦ୍ ମାମଲା ରାୟ

ନୂଆଦିଲ୍ଲୀ : ୨୮ ବର୍ଷ ପରେ ବହୁ ପ୍ରତିକ୍ଷିତ ବାବ୍ରି ମସଜିଦ୍ ମାମଲାର ଶୁଣାଣି ବୁଧବାର ସିବିଆଇର ସ୍ୱତନ୍ତ୍ର କୋର୍ଟ କରିଛନ୍ତି। ମସଜିଦ ଭାଙ୍ଗିବା ନେଇ କୌଣସି ଷଡ଼ଯନ୍ତ୍ର ହୋଇ ନଥିଲା । ବାବ୍ରୀ ଭଙ୍ଗା ପୂର୍ବ ନିର୍ଦ୍ଧାରିତ ଯୋଜନ ନ ଥିଲା ବୋଲି ବିଚାରପତି ଏସ.କେ ଯାଦବ କହିଛନ୍ତି। ଏହି ମାମଲାରେ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ସିବିଆଇ ସ୍ପେଶାଲ କୋର୍ଟ ଦୋଷ ମୁକ୍ତ କରିଛନ୍ତି ।ସୂଚନା ଅନୁଯାୟୀ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମୋନହର ଯୋଶୀ, ଉମା ଭାରତୀ ଏବଂ ବିନୟ କାଟିଆରଙ୍କ ସମେତ ୩୨ ଅଭିଯୁକ୍ତଙ୍କ ନାମରେ ମାମଲା ରହିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର କୋର୍ଟଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ଏହି ମାମଲାର ରାୟ ଶୁଣାଇବାକୁ କହିଥିଲେ। ଏ ନେଇ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁରଲି ମନୋହର ଯୋଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏହି ଶୁଣାଣିରେ ଉପସ୍ଥିତ ରହିଥିଲେ। ବାବ୍ରି ମସଜିଦ୍ ଧ୍ୱଂସ ମାମଲାରେ ମୋଟ୍ ୪୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା, ଏହା ମଧ୍ୟରୁ ୧୭ ଅଭିଯୁକ୍ତଙ୍କର ପରଲୋକ ଘଟିଛି । ୬ ଡିସେମ୍ୱର ୧୯୯୨ ମସିହାରେ ବାବ୍ରି ମସଜିଦକୁ କରସେବକମାନେ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ଉତ୍ତରପ୍ରଦେଶରେ ସାଂପ୍ରଦାୟିକ ଦଙ୍ଗା ଦେଖାଦେଇଥିଲା ୨୮ ବର୍ଷ ଧରି ଚାଲିଥିବା ଏହି ମାମଲାରେ ୩୫୧ ଜଣ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ୬୦୦ ଦସ୍ତାବିଜ କୋର୍ଟଙ୍କୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ