୨୮ ଶ୍ରମିକ ତାମିଲନାଡୁରୁ ଗଜପତି ଆସିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ତାମିଲନାଡୁରେ କାର୍ଯ୍ୟରତ ୨୮ ଜଣ ଶ୍ରମିକଙ୍କୁ ପଡୋଶୀ ରାୟଗଡା ଜିଲ୍ଲାରୁ ଅଣାଯାଇଛି । ଏହି ଶ୍ରମିକ ମାନେ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ତାମିଲନାଡୁରୁ ରାୟଗଡାରେ ପହଞ୍ଚି ଥିଲେ । ସେମାନଙ୍କୁ ଆଣିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କ୍ରୀଡାଧିକାରୀ ପ୍ରଭାକର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ୩ଜଣିଆ ଦଳ ଗତକାଲି ମଧ୍ୟରାତ୍ରରେ ରାୟଗଡାରେ ପହଞ୍ଚିଥିଲେ । ଆସିଥିବା ଶ୍ରମିକ ମାନଙ୍କ ମଧ୍ୟରେ ୯ଜଣ ପୁରୁଷ ଓ ୧୯ଜଣ ମହିଳା ଅଛନ୍ତି । ଏମାନେ ସମସ୍ତେ ତାମିଲନାଡୁସ୍ଥିତ ତିରିପୁର ଠାରେ ସୁତା କଳରେ କାର୍ଯ୍ୟ କରୁଥିଲେ । ଲକ୍‌ଡାଉନ୍ ପରେ ସେମାନେ କାର୍ଯ୍ୟ କରୁଥିବା ସଂସ୍ଥା ବନ୍ଦ ହୋଇଯିବା ଯୋଗୁଁ ଏମାନେ ବହୁ କଷ୍ଟରେ ଜୀବନ ବିତାଉଥିଲେ । ସେହିପରି ଏମାନେ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟଗ୍ର ଥିଲେ । ଏମାନେ ରାୟଗଡା ରେଳଷ୍ଟେସନରେ ପହଞ୍ôଚବା ପରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ସହ ସମସ୍ତଙ୍କୁ ମାର୍କିଂ ମଧ୍ୟ କରାଯାଇଥିଲା । ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ଏମାନେ ସମସ୍ତେ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ହୋଇଥିବାରୁ ସମସ୍ତଙ୍କୁ ଅଡବାକୁ ବସ ଯୋଗେ ନେବା ପରେ ଅଡବା ହାଇସ୍କୁଲ ଠାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି । ସମସ୍ତେ ସେଠାରେ ସଂଘରୋଧରେ ୨୧ ଦିନ ରହିବା ପରେ ସେମାନଙ୍କ ସ୍ୱାବ ପରିକ୍ଷା ପାଇଁ ପଠାଯିବ ବୋଲି ଜଣାପଡିଛି । କୌଣସି ବ୍ୟକ୍ତିଙ୍କର କରୋନା ଜନିତ ଲକ୍ଷଣ ନ ଥିବା ଜଣାପଡିଥିବା ବେଳେ ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ ୨ଟି ଲେଖାଏ ମାସ୍କ ଏବଂ ଆବଶ୍ୟକୀୟ ସାମଗ୍ରୀ ଦିଆଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ