୨୯ରେ ଶପଥନେବେ ମହାମେଣ୍ଟର ନେତା ହେମନ୍ତ ସୋରେନ
ରାଞ୍ଚି- ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ, କଂଗ୍ରେସ ଓ ଆରଜେଡି ମହାମେଣ୍ଟର ନେତା ହେମନ୍ତ ସୋରେନ ମଙ୍ଗଳବାର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା ପରେ ସେ ନୂତନ ସରକାର ଗଠନ ପାଇଁ ଦାବି କରିଛନ୍ତି । ପୂର୍ବରୁ ରାଜ୍ୟପାଳ ଶ୍ରୀ ସୋରେନଙ୍କୁ ସରକାର ଗଠନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଥିଲେ । ସୂଚନାଥାଉକି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ ୩୦,କଂଗ୍ରେସ ୧୬, ଆରଜେଡି ଗୋଟିଏ ଆସନରେ ବିଜୟୀ ହୋଇଥିଲା। ସେହିପରି ବିଜେପି ୨୫ଟି ଅନ୍ୟାନ୍ୟ ଦଳ ୯ ଟି ଆସନରେ ବିଜୟୀ ହୋଇଛନ୍ତି ।