୨୯ ଓ ୩୯ନଂ. ସୋଠ କମିଟି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି
ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ଜଳସେଚନ କାର୍ଯ୍ୟାଳୟ ଠାରେ ବୈତରଣୀ ଡିଭିଜନ ଅଧିନ ଶାଳନିଆଁ ଉପଖଣ୍ଡର ବିଦ୍ୟାଧରପୁର ଦକ୍ଷିଣ ପାଶ୍ୱର୍ କେନାଲ ଅନ୍ତର୍ଗତ ୨୯ ଓ ୩୯ନଂ. ସୋଠ କମିଟି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ୨୯ନଂ. ଓରାଳି, ମଧୁରଗଢିଆ ଓ ଜାମତୀରା ମାଇନର କେନାଲର ୨୬ଟି ସୋଠ କମିଟିର କାର୍ଯ୍ୟ ନିର୍ବାହୀ କମିଟି ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୬ଟି ସୋଠ କମିଟିରୁ ୭ଟିରେ ଗୁଳା ମାଧ୍ୟମରେ ଓ ୧ଟିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ନିର୍ବାଚନ ପରେ ୨୬ ଜଣ ସଭ୍ୟ ସୋଠ କମିଟିର କାର୍ଯ୍ୟ ନିର୍ବାହୀ କମିଟିକୁ ନିର୍ବାଚିତ ହୋଇଥିଲେ । ଅପରପକ୍ଷେ ୨୯ନଂ. କାର୍ଯ୍ୟ ନିର୍ବାହୀ କମିଟିକୁ ନିର୍ବାଚିତ ହୋଇଥିବା ସଭ୍ୟ ଶ୍ରୀଧର ଜେନାଙ୍କର ଗୁରବାର ପରଲୋକ ଘଟିଛି । ଫଳରେ ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କର୍ମକର୍ତ୍ତା ନିର୍ବାଚନକୁ ବାତିଲ କରାଯାଇଯାଇଥିବା ଜଣାଯାଇଛି । ପରବର୍ତ୍ତୀ ଅବସ୍ଥାରେ କର୍ମକର୍ତ୍ତା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି । ସେହିପରି ୩୯ନଂ. ହାଟଡିହୀ ବ୍ରାଞ୍ଚ କେନାଲ ସହ ବାଲିଗଢିଆ ମାଇନର କେନାଲର ୨୪ଟି ସୋଠ କମିଟି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪ ଜଣ ସଭ୍ୟ ବିନା ପ୍ରତିଦ୍ୱନ୍ଦିତାରେ କାର୍ଯ୍ୟ ନିର୍ବାହୀ କମିଟିକୁ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୧ ତାରିଖ କର୍ମକର୍ତ୍ତା ନିର୍ବାଚନ ହେବ ବୋଲି ଜଣାଯାଇଛି । ନିର୍ବାଚନ ପରିଚାଳନାରେ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, କର୍ମଚାରୀ ପ୍ରଶାନ୍ତ ରାଉତ, ଅବସରପ୍ରାପ୍ତ କର୍ମଚାରୀ ମୀର ଅବଦୁଲ୍ ନମାନ ଦାୟୀତ୍ୱରେ ଥିଲେ ।