୨୯ ରେ ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଗସ୍ତ

ସୁବର୍ଣ୍ଣପୁର, (ସରୋଜ ପ୍ରକାଶ ପ୍ରଧାନ) : ଓଡିଶାର ରାଜ୍ୟପାଳ ରଘୁବର ଦାସ ଆସନ୍ତା ୨୯ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିବେ I ରାଜଭବନ ପକ୍ଷରୁ ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲାପାଳ ଓ ଏସପିଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି I ରାଜ୍ୟପାଳ ସକାଳ ସାଢେ ୮ ଟାରେ ବଲାଙ୍ଗୀରରୁ କାର ଯୋଗେ ସୁବର୍ଣ୍ଣପୁର ଅଭିମୁଖେ ଆସିବେ । ପୂର୍ବାହ୍ନ ୧୦ଟାରେ ସୁବର୍ଣ୍ଣପୁର ସର୍କିଟ୍ ହାଉସରେ ପହଞ୍ଚୁବା ପରେ ବିଭିନ୍ନ ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ପରେ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା ସହ ଅଭିଭାବକ ଓ ଅଙ୍ଗନୱାଡି କର୍ମୀଙ୍କ ସହିତ ପୋଷଣ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିବେ । ଅପରହ୍ମରେ ରାଜ୍ୟପାଳ ହେଲିକେପ୍ଟର ଯୋଗେ ଭୁବନେଶ୍ଵର ଫେରିଯିବାର କାର୍ଯ୍ୟ କ୍ରମ ରହିଛି । ରାଜ୍ୟପାଳଙ୍କ ଗସ୍ତ ସମ୍ପର୍କିତ ଚିଠି ମିଳିବା ପରେ ଜିଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ