୨ୱାର୍ଡର ମହିଳା ଜିଲ୍ଲାପାଳଙ୍କୁ ଭେଟିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପାରଳାଖେମୁଣ୍ଡି ପୌରପରିଷଦ ଅନ୍ତଚର୍ଗତ ୱାର୍ଡ ନଂ ୧୪ ଓ ୧୫ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ମହିଳା ନେତ୍ରୀ ସଂଞ୍ଜୁକ୍ତା ବେହେରାଙ୍କ ନେତୃତ୍ୱରେ ଉଭୟ ୱାର୍ଡର ମହିଳାମାନେ ଜିଲ୍ଲାପାଳ ଓ ପାରଳା ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଭେଟି ନିବେଦନପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଓା୍ୱର୍ଡ ନଂ ୧୫ର ଇରର୍ଦଳା ସାହିର ଉତ୍ତର ପାଶ୍ୱର୍ରେ ଏବଂ ବାଟଗୌଡ ସାହି ୧୪ନଂ ୱାର୍ଡର ଦକ୍ଷିଣ ପାଶ୍ୱର୍ରେ ଦୀର୍ଘ ବର୍ଷ ଧରି ରାସ୍ତା ଏବଂ ନର୍ଦ୍ଦମା ସମସ୍ୟା ଲାଗି ରହିଛି । ଏହାର ସମାଧାନ ପାଇଁ ରାସ୍ତା ଓ ଡ୍ରେଇନ୍ ନିର୍ମାଣ ପାଇଁ ସ୍ଥାନୀୟ ବାସୀନ୍ଦାମାନେ ମଧ୍ୟ ନିଜ ଜାଗାରୁ ୫ଫୁଟ ଜାଗା ପୌର ପରିଷଦକୁ ପ୍ରଦାନ ପାଇଁ ପ୍ରସ୍ତୁତ ଥିବା ଜଣାଇଛନ୍ତି । ସେହିପରି ୧୪ନଂ ୱାର୍ଡର ସଂଞ୍ଜୟ କଲୋନୀର ଦୁଇ ପାଶ୍ୱର୍ରେ ଡ୍ରେଇନେଜ ବ୍ୟବସ୍ଥା ସହ ସଂପୃକ୍ତ ଅଞ୍ଚଳରେ ପରିମଳ ସମସ୍ୟା ଠିକ୍ କରିବା ପାଇଁ ଏହି ମହିଳାମାନେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ପୌର ନିର୍ବାହୀ ଅଧିକାରୀ ଜୟଦେବ ମାଝିଙ୍କ ସହ ପୃଥକ ପୃଥକ ଭାବେ ସାକ୍ଷାତକରି ଆଲୋଚନା କରିଥିଲେ । ଏ ନେଇ ମହିଳାମାନେ ଉଭୟଙ୍କୁ ନିବେଦନ ପତ୍ର ପ୍ରଦାନ କରି ତୁରନ୍ତ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି ନିବେଦନ ପତ୍ର ଗ୍ରହଣ କରି ତୁରନ୍ତ ଅନୁଧ୍ୟାନ କରି ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ