+୨ କଳାରେ ଚିନ୍ମୟୀ ଓଡ଼ିଶାରେ ଟପ୍ ୮ମ ସ୍ଥାନରେ
କୋଦଳା: (ଯୁଗାବ୍ଦ ନ୍ୟୁଜ୍ ): ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୀର ଜଗନ୍ନାଥପୁର ଗ୍ରାମର ଦୀନବନ୍ଧୁ ନଗର ର ଝିଅ ଚିନ୍ମୟୀ ଶତପଥୀ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା +୨ କଳା ପରୀକ୍ଷାରେ ସେ ୬୦୦ ନମ୍ବର ରୁ ୫୨୮ ନମ୍ବର ରଖି (୮୮%)କୃତକାର୍ୟ୍ୟ ହୋଇ ରାଜ୍ୟରେ ଟପ ୨୦ ମଧ୍ୟରୁ ୮ମ ସ୍ଥାନରେ ରହି ବେଗୁନିଆପଡ଼ା ଅଞ୍ଚଳରେ ସାବାସ୍ ନେଇଛନ୍ତି କ୍ଷ ବାପା ନିରଞ୍ଜନ ଶତପଥୀ ଓ ମା ବାସନ୍ତୀ ଶତପଥୀ ଙ୍କ ସାନ ଝିଅ ଚିନ୍ମୟୀ।ଅର୍ଥଭାଵ ଯୋଗୁଁ ଚିନ୍ମୟୀ ଶେଷରେ କିଛି ପିଲାଙ୍କୁ ଟିଉସନ୍ କରି ନିଜ ପାଠ ପଢ଼ାରେ ଖର୍ଚ୍ଚ କରୁଥିଲେ।ସ୍ଥାନୀୟ ଜନତା ବିଜ୍ଞାନ ମହା ବିଦ୍ୟାଳୟରେ ସେ +୨ ପାଠ ପଢୁଥିବା ବେଳେ ଦିନକୁ କଲେଜ ସମୟକୁ ବାଦ୍ ଦେଇ ୬ ରୁ ୭ଘଣ୍ଟା ପରିଶ୍ରମ କରୁଥିଲେ। ଅର୍ଥାଭାବ ଯୋଗୁଁ ସେ +୩ ପାଠ ପଢିବା ପାଇଁ ଆର୍ଥିକ ଅଭାବରେ ପଡ଼ିଛନ୍ତି କ୍ଷ ସେପଟେ ବାପାଙ୍କ ରୋଜଗାର ଆଉ ଭାଇଙ୍କ ରୋଜଗାର ଘର ଚାଲିବା ପାଇଁ ସମାନ୍ ହେଉଥିବା ବେଳେ ଚିନ୍ମୟୀ ତାଙ୍କ ପଢିବା ପାଇଁ କାହାକୁ ଚାପ ଦେବାକୁ ଚାହୁଁନାହାନ୍ତି କ୍ଷ ଜନତା ମହାବିଦ୍ୟାଳୟ ସ୍ଥାପିତ ହେବାର ୨୮ ବର୍ଷ ପରେ ଚିନ୍ମୟୀ ଙ୍କ ଏହି ସଫଳତା ବିରଳ ଓ ଏହା ଏହି କଲେଜ ଓ ଅଞ୍ଚଳ ପାଇଁ ଗର୍ବ ବୋଲି ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
ଋିପୋର୍ଟ – ଗୁଲସନ୍ କୁମାର କର