+୨ କଳା ଓ ବାଣିଜ୍ୟ ଭାଷା ପରୀକ୍ଷାରେ ୭ ପରୀକ୍ଷାର୍ଥୀ କପି କରି ଧରାପଡ଼ିଲେ

ବ୍ରହ୍ମପୁର,  : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବାର୍ଷିକ ପରୀକ୍ଷାର ଦ୍ଵିତୀୟ ଦିନରେ ଆଜି ଅନୁଷ୍ଠିତ କଳା ଓ ବାଣିଜ୍ୟ ସ୍ରୋତ ଛାତ୍ରଛାତ୍ରୀଙ୍କ ଆଧୁନିକ ଭାରତୀୟ ଭାଷା (ଓଡ଼ିଆ) ଏବଂ କଳା, ବିଜ୍ଞାନ, ବାଣିଜ୍ୟ ସ୍ରୋତର ଆଧୁନିକ ଭାରତୀୟ ଭାଷା (ବିକଳ୍ପ ଇଂରାଜୀ) ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି l ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ ଜିଲ୍ଲାର ଚାରିଟି ପରୀକ୍ଷା କେନ୍ଦ୍ରରେ ଆଜି ଏମ.ଆଇ.ଏଲ.-ଓଡ଼ିଆ ଓ ବିକଳ୍ପ ଇଂରାଜୀ ପରୀକ୍ଷା ଚାଲିଥିବା ବେଳେ ଜୋନାଲ ସ୍କ୍ୱାଡ଼ ହାତରେ ଧରାପଡ଼ି ୬ ଜଣ ଓ ରାୟଗଡ଼ା ଜିଲ୍ଲାର ରାୟଗଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ବାଣିଜ୍ୟ ସ୍ରୋତର ପରୀକ୍ଷାର୍ଥୀ ଆଭ୍ୟନ୍ତରୀଣ ସ୍କ୍ୱାଡ଼ ଦ୍ୱାରା ଧରାପଡ଼ି କପି ଅଭିଯୁକ୍ତ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ପ୍ରକାଶ କରିଛନ୍ତି l ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗଣ୍ଡଳା ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ବିଭିନ୍ନ ଚିହ୍ନ ଦେବା ସହ ଠିକ ଚିହ୍ନ ମାରିଥିବାରୁ ଜୋନାଲ ସ୍କ୍ୱାଡ଼ ଦ୍ୱାରା କପି ଅଭିଯୁକ୍ତ ହୋଇଥିବା ବେଳେ ବମକୋଇ ସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ, ପୁଡ଼ାମାରି ସ୍ଥିତ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ୨ ଜଣ ପରୀକ୍ଷାର୍ଥୀ ଓ ଆଠଗଡ଼ପାଟଣା ସ୍ଥିତ ନାରାୟଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ଜୋନାଲ ସ୍କ୍ୱାଡ଼ ସଦସ୍ୟଙ୍କ ଦ୍ୱାରା ଧରାପଡ଼ି କପି ଅଭିଯୋଗରେ ବୁକ ହୋଇଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ