୨ କାର ସହ ୧୦୪ କେଜି ଗଞ୍ଜେଇ ଜବତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲାର ଭଞ୍ଜନଗର ଅବକାରୀ ବିଭାଗ ଓ ଜିଲ୍ଲା ମୋବାଇଲ ସ୍କ୍ବାର୍ଡ ମିଳିତ ଚଢଉ କରି ଭଞ୍ଜନଗର ଥାନା ଇଲାକାର ବିଭିନ୍ନ ସ୍ଥାନରେ ଚଢଉ କରି ପ୍ରାୟ ୧୦୪ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡିଛି। ଭଞ୍ଜନଗର ଥାନା ମୁଜାଗଡ ନିକଟରୁ ଜଣଙ୍କ ଠାରୁ ଏବଂ ଖାରିଗୁଡା ନିକଟରୁ ୨ ଜଣଙ୍କ ଠାରୁ ଏହି ଗଞ୍ଜେଇ ଜବତ ହୋଇଛି। ଅବକାରୀ ଅଧିକାରୀ ଅଲିଭା ମାଝୀଙ୍କ ସୂଚନା ଅନୁଯାୟୀ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଗଣେଷ ପ୍ରଧାନଙ୍କ ଠାରୁ ୧୮ କେଜି ଗଞ୍ଜେଇ ସହ ଏକ ବାଇକ ଜବତ କରାଯାଇଥିବା ବେଳେ ଫୁଲବାଣୀର ରାଜେଶ ଚନ୍ଦ୍ର ସାହୁଙ୍କ ଠାରୁ ୪୦ କେଜି ଏବଂ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ରସକୁଆ ଗ୍ରାମର ପରମେଶ୍ବର ପ୍ରଧାନଙ୍କ ଠାରୁ ୪୬ କେଜି ଗଞ୍ଜେଇ ସହ ଉଭୟଙ୍କ ଠାରୁ ୨ଟି କାର୍ ଜବତ ହୋଇଥିବା ସୁଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ମାନଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏନେଇ ତିନୋଟି ପୃଥକ ମାମଲା ମଧ୍ୟ ରୁଜୁ ହୋଇଛି। ଭଞ୍ଜନଗର ଅବକାରୀ ରେଞ୍ଜରେ କେସ୍ ନମ୍ବର ୭୫ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅବକାରୀ ଥାନାରେ କେସ୍ ନମ୍ବର ୧୨୩ ଏବଂ ଷ୍ଟ୍ରାଇକିଂ ଫୋର୍ସ ଦ୍ବାରା କେସ୍ ନମ୍ବର ୧୦୪ରେ ମାମଲା ରୁଜୁ ହୋଇଛି। ଉକ୍ତ ଚଢଉରେ ଅବକାରୀ ଇନ୍ସପେକ୍ଟର ଅଂଶୁମାନ ଜେନା,ଢମ୍ବୁରୁଧର ହରିଜନ,ଏସ୍ଆଇ ଅଲିଭା ମାଝୀ,ନିରଞ୍ଜନ ବେହେରା,କ୍ରୀଷ୍ଣା ଚନ୍ଦ୍ର ସେଠୀ,ସୁବଳ ପ୍ରଧାନ,ଜଗନ୍ନାଥ ମହାପାତ୍ର ପ୍ରମୁଖ ଏହି ଚଢଉରେ ସାମିଲ ହୋଇଥିଲେ। ଦୀର୍ଘ ଦିନ ଧରି ଅବକାରୀ ବିଭାଗ ପକ୍ଷରୁ ଆଖି ଦୃଶିଆ ଚଢଉ କିମ୍ବା ଧରପଗଡ ହୋଇନଥିବା ବେରଳେ ପୁଲିସ୍ ପକ୍ଷରୁ ଚୋରା ଗଞ୍ଜେଇ ଚାଲାଣ ରୋକିବା ନେଇ ବାରମ୍ବାର ଧରପଗଡ ହେଉଥିବା ବେଳେ ସାଧାରଣରେ ଅବକାରୀ ବିଭାଗ ପ୍ରତି ଅଙ୍ଗୁଳି ଉଠୁଥିଲା |ବର୍ତ୍ତମାନ ଅବକାରୀ ବିଭାଗ ପକ୍ଷରୁ ଦୃଢପଦକ୍ଷେପ ଗ୍ରହଣ ସ୍ବରୁପ ଚଢଉକୁ ଜୋରଦାର କରାଯାଇଛି |


