୨ କେନ୍ଦ୍ରରେ ପରୀକ୍ଷା ଦେଲେ ୪୭୬ ପରୀକ୍ଷାର୍ଥୀ, ୬ ଅନୁପସ୍ଥିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷ +୨ ପରୀକ୍ଷା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସ ବିଜ୍ଞାନ ବିଭାଗର ପରୀକ୍ଷା ରହିଥିଲା। ହିଞ୍ଜିଳିକାଟୁର ୨ଟି ପରୀକ୍ଷା କେନ୍ଦ୍ରରେ ୪୭୬ ପରୀକ୍ଷାର୍ଥୀ ଉପସ୍ଥିତ ଥିବା ବେଳେ ୬ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ପରୀକ୍ଷା କେନ୍ଦ୍ର ଅଧିକ୍ଷକଙ୍କ ଠାରୁ ସୂଚନା ମିଳିଛି। ହିଞ୍ଜିଳିକାଟୁ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିବସ ମଙ୍ଗଳବାର ଦିନ ୪୧୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୧୨ ଜଣ ଉପସ୍ଥିତ ରହିଥିବା ବେଳେ ୬ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ସେହିପରି ଆଗାମୀ ଦିନରେ ସଂପୃକ୍ତ ପରୀକ୍ଷା କେନ୍ଦ୍ରରେ କଳା ବିଭାଗରେ ୩୯୩ ଓ ବାଣିଜ୍ୟ ବିଭାଗରେ ୩୨୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ସ୍ଥିର ହୋଇଛି ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ପରୀକ୍ଷା କେନ୍ଦ୍ର ଅଧିକ୍ଷକ ଅରୁଣ କୁମାର ଖାଡଙ୍ଗାଙ୍କ ସୂତ୍ରରୁ ପ୍ରକାଶ। ସେହିପରି ସ୍ଥାନୀୟ ବ୍ଳକ ପୋଚିଲିମା ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିବସରେ ବିଜ୍ଞାନ ବିଭାଗ ପରୀକ୍ଷାରେ ସମସ୍ତ ୬୪ ଜଣ ପରୀକ୍ଷାର୍ଥୀ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ କଳା ବିଭାଗରେ ୨୪୦, ବାଣିଜ୍ୟ ବିଭାଗରେ ୪୩ ଓ ଧନ୍ଦାମୂଳକ ଶିକ୍ଷାରେ ୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ସ୍ଥିର ହୋଇଛି ବୋଲି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ। ପ୍ରଥମ ଦିବସ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା କେନ୍ଦ୍ର ଅଧିକ୍ଷକଙ୍କ କହିଛନ୍ତି। ଶାନ୍ତି ଶୃଙ୍ଖଳା ସକାଶେ ହିଞ୍ଜିଳି ଥାନା ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ସହ ପୁଲିସ ମୃତୟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ