୨ ଜଳଖିଆ ଦୋକାନକୁ ସିଲ କଲେ ତହସିଲଦାର, ଥାନାରେ ଏତାଲା
ହିଞ୍ଜିଳିକାଟୁ (ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ସମଗ୍ର ଭାରତବର୍ଷକୁ ଆସନ୍ତା ମେ ୩ ତାରିଖ ଯାଏଁ ଲକଡ଼ାଊନ ଘୋଷଣା କରାଯାଇଛି । ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରି ଦୋକାନ ଖୋଲି ଦୋକାନରେ ଜନଗହଳି କରିବା ସହ ବେପାର ବଣିଜ କରୁଥିବା ଅଭିଯୋଗରେ ସ୍ଥାନୀୟ ତହସିଲଦାର ହିଂଜିଳି ଥାନା ଅଂଚଳର ୨ଟି ଦୋକନକୁ ବୁଧବାର ସିଲ୍ କରିଛନ୍ତି । ପକାଶ ଯେ, ସ୍ଥାନୀୟ ଥାନା ସାପୁଆପଲ୍ଲୀ ଗ୍ରାମର ସୁନିଲ ପଣ୍ଡା ଗ୍ରାମ ନିକଟରେ ଜଳଖିଆ ଦୋକାନ ଓ ଶାସନ ଆମ୍ବଗାଁର ସୁରେନ୍ଦ୍ର ପରିଡ଼ା ଘର ନିକଟରେ ଜଳଖିଆ ଦୋକାନ ଖୋଲି ବେପାର ବଣିଜ କରିବା ସହ ପ୍ରଶାସନର ନିଦ୍ଦେଶକୁ ଅବମାନନା କରିବା ସହ ଗ୍ରାହକଙ୍କ ଭିଡ଼ ରହିଥିଲେ । ଖବର ପାଇ ତହସିଲଦାର ଗୋପିନାଥ କୁଅଁର ଘଟଣା ସ୍ଥଳରେ ପଂହଚି ସଂପୃକ୍ତ ୨ ଜଳଖିଆ ଦୋକାନକୁ ସିଲ କରିବା ସହ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ପୁଲିସ ନଂ- ୧୨୦ଓ ୧୨୧/୨୦ରେ ୨ଟି ମାମଲା ରୁଜୁ କରି ସଂପୃକ୍ତ ଦୋକାନୀ ମାଲିକଙ୍କୁ ଗିରଫ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।