୨ ଟ୍ରକ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ଶ୍ୟାମଳାଇ ଛକ ୫୯ନଂ ଜାତୀୟ ରାଜପଥରେ ଗୁରୁବାର ମଧ୍ୟରାତ୍ର ସମୟରେ ୨ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଘଟି ଜଣେ ଗାଡି ଚାଳକଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି । ପ୍ରାୟ୨ଘଣ୍ଟାର ପରିଶ୍ରମ ପରେ ପୁଲିସ, ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତା ରେ ଆହତ ଚାଳକ କୁନା ଗୌଡ଼କୁ ଗାଡି ଭିତରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାପୂର୍ଣ୍ଣ ଅଞ୍ଚଳରେ ଆଲୋକୀ କରଣର ସୁବ୍ୟବସ୍ଥା ଉପଲବ୍ଧ ନ ଥିବା ସହ ଦୀର୍ଘ ବର୍ଷ ଧରି ବେଆଇନ ଜବର ଦଖଲ କାରଣରୁ ସଙ୍କୁଚିତ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଏକ ପ୍ରମୁଖ ସମସ୍ୟା ପାଲଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ୧୨ ଟା ସମୟରେ କଳା ବାଲି ବୋଝେଇ ଏକ ୧୪ ଚକିଆ ଟ୍ରକ (OD 02BH 6564)ବ୍ରହ୍ମପୁର ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ (ORK -9495)ସହ ଶ୍ୟାମଳାଇ ଛକ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ବ୍ୟବସାୟୀ କିଶୋର ବିଷୋୟୀଙ୍କ ସୂଚନା କ୍ରମେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ଅଗ୍ନିଶମ ଅଧିକାରୀ ଗୌତମ ସାହୁ ସଦଳ ବଳେ ସେଠାରେ ପହଞ୍ଚି ଆହତ ଚାଳକ କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଆହତ ଚାଳକଙ୍କ ନିଶାସକ୍ତ ଅବସ୍ଥାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିବା ଉପସ୍ଥିତ ଲୋକଙ୍କ ଠାରୁ ଜଣାପଡିଛି । ଏହା ବ୍ୟତୀତ ଦୀର୍ଘ ବର୍ଷ ଧରି ଜାତୀୟ ରାଜପଥ ଅଞ୍ଚଳରେ ବେଆଇନ ଜବର ଦଖଲ ହୋଇଥିବା ସହ ଆଲୋକୀ କରଣର ଅବ୍ୟବସ୍ଥା ଯୋଗୁଁ ଶ୍ୟାମଳାଇ ଛକ ଅନ୍ଧକାର ହୋଇ ବ୍ଲାକସ୍ପଟ ଭାବେ ପରିଚିତ ହୋଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣ ରେ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ