୨ ଦିନିଆ କୋଲକାତା ଗସ୍ତ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ- ଶନିବାର ଠାରୁ ୨ ଦିନିଆ କୋଲକାତା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଗ୍ରସ୍ତ ସମୟରେ ପ୍ରଧାନମନ୍ତ୍ରୀ କୋଲକାତା ପୋର୍ଟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ କୋଲକାତା ଗସ୍ତ ନେଇ ପ୍ରଧାନମନ୍ତ୍ରୀ କାର‌୍ୟ୍ୟାଳୟ (ପିଏମଓ) ତରଫରୁ ମଧ୍ୟ ବହୁଗୁଡ଼ିଏ ଟୁଇଟ କରାଯାଇଛି । ଟୁଇଟରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ୨ ଦିନିଆ କୋଲକାତା ଗସ୍ତ ଜାନୁଆରୀ ୧୧ରୁ ଆରମ୍ଭ ହେବ । ଏବଂ ମୋଦୀ ସେଠାରୁ ଜାନୁଆରୀ ୧୨ ତାରିଖରେ ଗସ୍ତ ଶେଷ କରି ଦିଲ୍ଲୀ ଫେରିଆସିବେ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶବାସୀଙ୍କୁ କୋଲକାତାରେ ହେରିଟେଜ ବିଲ୍ଡିଙ୍ଗ ଉତ୍ସର୍ଗ କରିବେ । ସେହିପରି ସେ ନେତାଜୀ ସୁବାଷ ଡ୍ରାଏ ଡକ ଠାରେ ସିପ ରିପାୟାର କାରଖାନାର ନୂତନ ସଂସ୍କରଣକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ