୨ ଦିନ ଭିତରେ ସହରକୁ ସଂପୂର୍ଣ୍ଣ ବିଦ୍ୟୁତ୍ ଯୋଗାଣ
ଗତ ବାତ୍ୟାରେ ପୁରୀ ସହରର ଛାରଖାର ହୋଇଥିଲା ବେଳେ ବିଶେଷ ଭାବେ ବିଦ୍ୟୁତ୍ ଉପରେ ପ୍ରଭାବ ପଡିଛି । ବାତ୍ୟାର ୨୬ ଦିନ ପରେ ବି ସହରକୁ ସଂପୂର୍ଣ୍ଣ ଭାବେ ବିଦ୍ୟୁତ୍ ସଂଯୋଗ ସମ୍ଭବ ହୋଇନାହିଁ । ଫଳରେ ଲୋମାନେ ନାହିଁନଥିବା ହଇରାଣ ହରକତ ହେଉଛନ୍ତି । ବୈଠକରେ ସେସୁ ବିଭାଗର ଅଧିକାରୀମାନେ ସହରର ୮୦ ଭାଗ ବିଜୁଳି ସଂଯୋଗ ଦିଆଯାଇଛି ବୋଲି ସୂଚନା ଦେଲା ପରେ ଏହାକୁ ବୈଠକରେ ଉପସ୍ଥିତ ଭଦ୍ରବ୍ୟକ୍ତିମାନେ ତାହାକୁ ବିରୋଧ କରିଥିଲେ ।ପରେ ଉକ୍ତ ଘଟଣାରେ ବରିଷ୍ଠ ଅଧିକାରୀମାନେହସ୍ତକ୍ଷେପ କଲା ପରେ ସେସୁ ପକ୍ଷରୁ ଆସନ୍ତା୨ ଦିନ ଭିତରେ ସହରକୁ ସଂପୂର୍ଣ୍ଣ ଭାବେ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


