୨ ଦୋକାନକୁ ସିଲ କଲା ପ୍ରଶାସନ, ଥାନାରେ ଏତାଲା

ହିଞ୍ଜିଳିକାଟୁ(ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ସମଗ୍ର ଭାରତବର୍ଷକୁ ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏଁ ଲକ ଡ଼ାଊନ ଘୋଷଣା କରାଯାଇଛି । ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରି ଦୋକାନ ଖୋଲି ଦୋକାନରେ ଜନଗହଳି କରିବା ସହ ବେପାର ବଣିଜ କରୁଥିବା ଅଭିଯୋଗରେ ସ୍ଥାନୀୟ ପୌରପ୍ରଶାସନ ପୌରାଂଚଳର ୨ଟି ଦୋକନକୁ ସିଲ କରିଛି । ପକାଶ ଯେ, ପୌରାଂଚଳ ସାହେବ କମ୍ପେ୍ଳକ୍ସ ପରିସରରେ ଥିବା ପରଫେକ୍ଟ ହେୟାର ସେଲୁନ ଓ ଉପର ରେଗିଡ଼ି ସାହି ଠାକୁରାଣୀ ମନ୍ଦିର ନିକଟରେ ରଘୁନାଥ ସାହୁ ଜଳଖିଆ ଦୋକାନ ଖୋଲି ବୋର ବଣିଜ କରି ଆସୁଥିଲେ । ଖବର ପାଇ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ଘଟଣା ସ୍ଥଳରେ ପଂହଚି ସଂପୃକ୍ତ ଦୋକାନକୁ ସିଲ କରିବା ସହ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ପୁଲିସ ୨ଟି ମାମଲା ରୁଜୁ କରି ସଂପୃକ୍ତ ଦୋକାନୀ ମାଲିକଙ୍କୁ ଗିରଫ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ