+୨ ପରୀକ୍ଷାରେ ମୂକ ବଧିର ଛାତ୍ର/ଛାତ୍ରୀ ମାନେ ଶତପ୍ରତିଶତ ଉତ୍ତୀର୍ଣ୍ଣ
ଭୁବନେଶ୍ଵର, (ୱାଇଏନ୍ଏସ୍): ରାଜ୍ୟରେ ମୁକ ବଧିର ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପ୍ରଦାନ କରିବା ପାଇଁ ଭୁବନେଶ୍ଵରରେ ପ୍ରଥମ କରି ସତ୍ୟଭାମା ଦେବୀ ମୂକ ବଧିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମରେ ୨୦୦୭ ମସିହାରୁ ପରିଚାଳିତ ହୋଇ ଆସୁଥିବା ଏହି ବିଦ୍ୟାଳୟର ଚଳିତ ବର୍ଷ ମୋଟ ୧୦୫ ଜଣ ଛାତ୍ର/ ଛାତ୍ରୀ +୨ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେଇଥିବା ୧୦୫ ଜଣ ଛାତ୍ର / ଛାତ୍ରୀ ମାନେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିରୁ ୧୮ ଜଣ ପ୍ରଥମ ଶ୍ରେଣୀ, ୨୧ଜଣ ଦ୍ଵିତୀୟ ଶ୍ରେଣୀ ଓ ୬୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଛାତ୍ର/ ଛାତ୍ରୀ ମାନଙ୍କ ମଧ୍ୟରୁ ସରିତା ପ୍ରଧାନ ୪୫୧, ବିଶ୍ଵଜିତ ରାୟ-୪୪୫, ମାନସ କହଁର-୪୪୪, ରାଜେଶ ସାହୁ-୪୪୧ ଓ ଉମାଶଙ୍କର ଠାକୁର-୪୩୯ ନମ୍ବର ଉତ୍ତୀର୍ଣ୍ଣ ହୋଇଥିବାରୁ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଚାଳନା ସମିତିର ମ୍ୟାନେଜିଂ ଟ୍ରଷ୍ଟି ସୁଶ୍ରୀ ନିରୋଜା ଲକ୍ଷ୍ମୀ ମହାପାତ୍ର ଏହି ଛାତ୍ର/ଛାତ୍ରୀ ମାନଙ୍କ କଲେଜର ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଉଲ୍ଲେଖନୀୟ ଯେ, ଏହି ୧୦୫ ଜଣ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରୁ ୭୩ ଜଣ ଛାତ୍ର ଓ ୩୨ ଛାତ୍ରୀ ପରୀକ୍ଷା ଦେଇଥିଲେ, ସେଥିରୁ ୧୪ ପ୍ରତିଶତ ଛାତ୍ର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲା ବେଳେ ୪ ପ୍ରତିଶତ ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରୀଙ୍କ ଠାରୁ ଛାତ୍ରଙ୍କ ପ୍ରଥମ ଶ୍ରେଣୀର ପାସ ହାର ଅଧିକ ରହିଛି ବୋଲି ସୁଶ୍ରୀ ମହାପାତ୍ର ଜଣାଇଛନ୍ତି ।


