+୨ ପରୀକ୍ଷାରେ ୩ଜଣ ଅନୁପସ୍ଥିତ
ବୁଗୁଡା(ଅନିଲ କୁମାର ମହାରଣା) ଆଜି ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ। ପ୍ରଥମ ଦିନ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ଥିଲା। ବୁଗୁଡା ବ୍ଲକର ଚାରିଗୋଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ଗୋଟିଏ ପରୀକ୍ଷା କେନ୍ଦ୍ରରେ ବିଜ୍ଞାନ ବିଭାଗ ପରୀକ୍ଷାର୍ଥୀ ନଥିବା ବେଳେ ଅନ୍ୟ ତିନି ଗୋଟି କେନ୍ଦ୍ରରେ ତିନି ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାପଡିଛି। ସେଥି ମଧ୍ୟରୁ ବୁଗୁଡା ପିପୁଲସ କଲେଜ ପରୀକ୍ଷା କେନ୍ଦ୍ରରେ ଜଣେ ଅନୁପସ୍ଥିତ ଥିବା କେନ୍ଦ୍ର ସୁପରିଟେଣ୍ଡ ପ୍ରଫେସର ରଜନୀକାନ୍ତ ଦାସ ପ୍ରକାଶ କରିଛନ୍ତି।ସେହିପରି ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଦୁଇ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା କେନ୍ଦ୍ର ସୁପରିଟେଣ୍ଡ ବି ପ୍ରକାଶ ଚନ୍ଦ୍ର ପାତ୍ର ପ୍ରକାଶ କରିଥିବା ବେଳେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ସମସ୍ତ ପରୀକ୍ଷାର୍ଥୀ ଉପସ୍ଥିତ ଥିବା କେନ୍ଦ୍ର ସୁପରିଟେଣ୍ଡ ଅନୁପ କୁମାର ପଣ୍ଡା ପ୍ରକାଶ କରିଛନ୍ତି।


