+ ୨ ପରୀକ୍ଷା ପାଇଁ କଡାକଡି ହେବ ନିୟମ
ମାଟ୍ରିକ ପ୍ରଶ୍ନ ପତ୍ର ଲିକ୍ ହେବା ପରେ ଘଟଣାକୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରେ ହେବାକୁ ଥିବା +୨ ପରୀକ୍ଷା ପାଇଁ କଡା କଡି ନିୟମ କରିଛି ଗଣ ଶିକ୍ଷା ବିଭାଗ । ପରୀକ୍ଷାର୍ଥିମାନେ ପରୀକ୍ଷା ହଲ ଭିତରକୁ ମୋବାଇଲ ଓ ହାତଘଣ୍ଟା ନେବା ଉପରେ କଟକଣା ଜାରି କରାୟାଇଛି । ଆଜି ଗଣଶିକ୍ଷା ସଚିବ ପ୍ରଦୀପ ମହାପାତ୍ର କହିଛନ୍ତି , +୨ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ତାରିଖରେ ସରୁଥିବାରୁ ଏଥିପାଇଁ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ୟ୍୍ୟାୟରେ । +୨ ପରୀକ୍ଷା ପାଇଁ ୨୦୨ଟି ହବ୍ସ କରାୟାୁଛି । ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ । ବର୍ତ୍ତମାନ ସୁଦ୍ଧା ୯୩୭ ସେଣ୍ଟରରେ ସିସି କ୍୍ୟାମରା ଲଗା ସରିଛି । ଚଳିତ ବର୍ଷ ୧ହଜାର ୯୧ଟି କେନ୍ଦ୍ରରେ +୨ ପରୀକ୍ଷା ହେବ । ପ୍ରଶ୍ନପତ୍ରରେ ପରୀକ୍ଷାର୍ଥୀମାନେ ରୋଲ ନମ୍ବର ଲେଖିବା ବାଧ୍ୟତାମୁଳକ କରାୟାଇଛି । ଚଳିତ ବର୍ଷ ୩ଲକ୍ଷ ୬୯ହଜାର ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ପ୍ରତିଦିନ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସହ ପରୀକ୍ଷା କେନ୍ଦ୍ର ମାନଙ୍କରେ ପୋଲିସ ମୁତୟନ କରାୟିବ । ଆଜି ସଚିବାଳୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ନିଆଇଛି ।