+୨ ପରୀକ୍ଷା ବନ୍ଦ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ନିଖିଳ ଓଡିଶା ଛାତ୍ର ସଙ୍ଘର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ +୨ ଫାଇନାଲ ପରୀକ୍ଷା ବନ୍ଦ ଦାବିରେ ଶୁକ୍ରବାର ପୂର୍ବାହ୍ନରେ କଟକ-ଚାନ୍ଦବାଲି ରାସ୍ତାକୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବନ୍ଦ କରିଦିଆଯାଇଥିଲା । ସେହି ରାସ୍ତା ଉପରେ ସଙ୍ଘର ଶତାଧିକ ଛାତ୍ରଛାତ୍ରୀମାନେ ବସିରହି ଥିଲେ । ଫଳରେ ସେହି ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଥିଲା । ଖବର ପାଇ କେନ୍ଦ୍ରାପଡା ଟାଉନ ଥାନା ଅଧିକାରୀ ଗୋରାଙ୍ଗ ଚରଣ ପୃଷ୍ଟି ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବୁଝାଶୁଝା କରିବା ପରେ ସେମାନେ ରାସ୍ତାରୋକରୁ ଉଠି ଯାଇ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଯାଇଥିଲେ । ସେଠାରେ ଅତିରିକ୍ତ ଜିଲ୍ଲାପାଳ(ପ୍ରସାସନ) ପିତାମ୍ବର ସାମଲଙ୍କୁ ଛାତ୍ରସଙ୍ଘର ଏକ ପ୍ରତିନିଧି ମଣ୍ଡଳୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉଦେଶ୍ୟରେ +୨ ଫାଇନାଲ ପରୀକ୍ଷା ବନ୍ଦ କରାଯିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ