+୨ ପରୀକ୍ଷା ବିଜ୍ଞାନ ସ୍ରୋତଭାଷା ପରୀକ୍ଷାରେ ୬ ଏମ.ପି.

ରାଜ୍ୟର ଦ୍ଵିତୀୟ ବୃହତ୍ତମ+୨ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇଛି ଆଜି ଥିଲା ବିଜ୍ଞାନ ସ୍ରୋତ ଛାତ୍ରଛାତ୍ରୀଙ୍କ ଆଧୁନିକ ଭାରତୀୟ ଭାଷା-ଓଡ଼ିଆ (ଏମ.ଆଇ.ଏଲ.-ଓଡ଼ିଆ) ପରୀକ୍ଷା ଆସନ୍ତାକାଲି କଳା ଓ ବାଣିଜ୍ୟ ସ୍ରୋତ ଛାତ୍ରଛାତ୍ରୀଙ୍କ ଆଧୁନିକ ଭାରତୀୟ ଭାଷା (ଓଡ଼ିଆ) ପରୀକ୍ଷା ଅନୁଷ୍ଠିତ ହେବ ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସ୍ଥାପିତ ପଇଁଚାଳିଶଟି ‘ପରୀକ୍ଷା ପରିଚାଳନା ହବ’ ଅନ୍ତର୍ଗତ ୧୯୮ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ସର୍ଭିଲେନ୍ସ ଓ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜିର ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ରୂପେ ସମ୍ପନ୍ନ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି ଆଜି ଅନୁଷ୍ଠିତ +୨ ବିଜ୍ଞାନ ସ୍ରୋତର ଆଧୁନିକ ଭାରତୀୟ ଭାଷା (ଓଡ଼ିଆ) ପରୀକ୍ଷାରେ କପି ଅଭିଯୋଗରେ ଦକ୍ଷିଣାଞ୍ଚଳର ବିଭିନ୍ନ କେନ୍ଦ୍ରର ୬ ଜଣ ପରୀକ୍ଷାର୍ଥୀ ଅଭିଯୁକ୍ତ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ର କପି କରୁଥିବା ବେଳେ ଜୋନାଲ ସ୍କ୍ୱାଡ଼ ହାତରେ ଧରା ପଡ଼ିଥିବା ବେଳେ ଡୁରା ସ୍ଥିତ ରାମ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ସ୍କ୍ୱାଡ଼ ସଦସ୍ୟଙ୍କ ଦ୍ୱାରା କପି ଅଭିଯୁକ୍ତ ହୋଇଛନ୍ତି ସେହିପରି ଗଜପତି ଜିଲ୍ଲା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ଇନ୍ଦିରା ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତିନି ଜଣ ପରୀକ୍ଷାର୍ଥୀ ଜୋନାଲ ସ୍କ୍ୱାଡ଼ ହାତରେ ଧରାପଡ଼ି କପି ଅଭିଯୁକ୍ତ ହୋଇଥିବା ଉପସଚିବ ଡ. ଓଝା ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ