୨ ପୃଥକ ସଡକ ଦୁର୍ଘଟଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ଗୋଷାଣୀ ବ୍ଲକ କତଳକଇଠା ପଞ୍ଚାୟତ ଅନ୍ତର୍ଗତ ପୋଡଣୀ ଗ୍ରାମ ଛକ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ଘଟି ଚାଳକ ଜଣକ ଗୁରୁତର ହୋଇପଡିଥିବାର ଜଣାପଡିଛି । ରଣଦେବୀ ଗ୍ରାମର କେ.ପ୍ରକାଶ ରାଓ ନାମକ ଜଣେ ବ୍ୟକ୍ତି ଓଡି ୦୭ ଡବ୍ଲ୍ୟୁ ୫୧୨୮ନମ୍ବର ବିଶିଷ୍ଟ ବାଇକ ଯୋଗେ ପାରଳାଖେମୁଣ୍ଡିରୁ ନିଜ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ କୌଣସି କାରଣରୁ ଚଳାଉଥିବା ବାଇକ ଉପରେ ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ପଡିଯାଇ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ସ୍ଥାନୀୟ ଗ୍ରାମବାସୀ ଏବଂ ଘଟଣା ସମ୍ପର୍କେ ତୁରନ୍ତ ଖବର ପାଇ ଜୈନେକ ଖବରକାଗଜର ଜିଲ୍ଲାପ୍ରତିନିଧି ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଦେଇଥିଲେ । ପ୍ରକାଶ ରାଓଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାର ଦେଖିବାକୁ ମିଳିଛି ।


