୨ ବର୍ଷର ଝିଅ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ

ବନ୍ତ, (ଚାନ୍ଦିନୀ ମହାନ୍ତି):ବୟସ ତାଙ୍କୁ ମାତ୍ର ୨ ବର୍ଷ ୮ ମାସ । ସେ ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇ ସମଗ୍ର ଜିଲାରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ନିଜର ସ୍ମରଣଶକ୍ତି ପାଇଁ ତାଙ୍କୁ ଏହି ସଫଳତା ମିଳିଥିବା ଜଣାଯାଇଛି । ଏହି ବିସ୍ମୟ ନାବାଳିକା ହେଉଛନ୍ତି ବନ୍ତ ବ୍ଲକ ଗଣିଜାଙ୍ଗ ଗ୍ରାମର ଇଂ.ବିଜୟ କୁମାର ପଣ୍ଡା ଓ ଇଂ.ଜ୍ୟୋତିର୍ମୟୀ ପଣ୍ଡାଙ୍କ ଝିଅ ସଂପୂର୍ଣ୍ଣା ପଣ୍ଡା । କୌଣସି ସ୍କୁଲକୁ ଏପର୍ଯ୍ୟନ୍ତ ଯାଇନାହିଁ । ହେଲେ ଗତ ୫ ମାସ ହେବ ସନ୍ଧ୍ୟା ସମୟରେ ସେ ତାଙ୍କ ମାଆଙ୍କ ଠାରୁ ଯାହା କିଛି ପାଠ ଶିଖନ୍ତି । ଯାହା ଶୁଣନ୍ତି ଥରକରେ ତାହାକୁ ସେ ମନେ ରଖି ଦିଅନ୍ତି । ସେ ସମସ୍ତ ମହାଦେଶ, ମହାସାଗର, ଦେଶର ବଡ ଓ ସାନ ହ୍ରଦ, ଭାରତୀୟ ସଙ୍କେତ, ଜାତୀୟ ସଙ୍ଗୀତ, ଶରୀରର ସମସ୍ତ ଅଙ୍ଗପ୍ରତ୍ୟେଙ୍ଗ, ସାତଦିନ, ବାରମାସର ନାମ, ୨୦ ପ୍ରକାର ଫଳ, ୧୫ ପ୍ରକାର ଫୁଲ, ୧୮ ପ୍ରକାର ପରିବା, ୨୨ ପ୍ରକାର ଯାନବାହାନ, ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ନାମ, ୧ରୁ ୧୦୦ ପର୍ଯ୍ୟନ୍ତ ସଂଖ୍ୟା, ନିଜର ଠିକଣା ଓଡିଆ ଓ ଇଂରାଜୀରେ କହି ପାରନ୍ତି । ଏଥିସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଆର୍‌.ବି.ଆଇ ଗଭର୍ଣ୍ଣରଙ୍କ ନାମ କହି ଦିଅନ୍ତି । ଏହି ବିସ୍ମୟ ବାଳିକାଙ୍କ ବୁଦ୍ଧି ଓ ଜ୍ଞାନର ଚର୍ଚ୍ଚା ଚାଡିଆଡେ ହେଉଛି । ସଂପୂର୍ଣ୍ଣାଙ୍କ ମାଆଙ୍କ କହିବା ଅନୁଯାୟୀ ସେ ଯେକୌଣସି ପାଠକୁ ସଙ୍ଗେ ସଙ୍ଗେ ମନେ ରଖି ଦିଅନ୍ତି । ତାଙ୍କର ଏହି ସଫଳତାରେ ଜେଜେ ବାପା ଗଦାଧର ପଣ୍ଡା, ଜେଜେ ମାଆ ଋକ୍ମଣୀ ପଣ୍ଡା, ସାନ ଜେଜେ ସଦାଦନ୍ଦ ପଣ୍ଡା, ସାନ ଜେଜେ ମାଆ ଜୟନ୍ତୀ ପଣ୍ଡା, ବଡ ବାପା ଅଜୟ ପଣ୍ଡା, ବଡ ମାଆ ବିନିତା ତ୍ରିପାଠୀ, ସାନବାପା ସଞ୍ଜୟ ପଣ୍ଡାଙ୍କ ସମେତ ଅନ୍ୟ ମାନେ ଖୁସିବ୍ୟକ୍ତ କରିଛନ୍ତି । ଗତ ଦେଢ ମାସ ତଳେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ହଜାର ହଜାର ପିଲା ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ସଂପୂର୍ଣ୍ଣା ମନୋନୀତ ହୋଇଥିଲେ । ଗତ ୩ ଦିନ ତଳେ ସେ ଦିଲ୍ଲୀ ଅଫିସରୁ ପ୍ରମାଣପତ୍ର, ମେଡାଲ, ବହି, ଲୋଗୋ, ବ୍ୟାଚ୍ ଓ ପେନ୍ ପାଇଥିବା ଜଣାଯାଇଛି । ବାପା ଜଣେ ଇଞ୍ଜିନୟର ହୋଇଥିବା ବେଳେ ସେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରିବା ସହିତ ସାମ୍ବାଦିକ ଭାବେ କାର୍ଯ୍ୟ ମଧ୍ୟ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ