୨ ବିଏସଏଫ ଯବାନଙ୍କୁ କରୋନା

ଭୁବନେଶ୍ୱର: ଆଜି ନବରଙ୍ଗପୁର ଜିଲ୍ଲାରୁ ଚିହ୍ନଟ ୨ କରୋନା ପଜିଟିଭ ହେଉଛନ୍ତି ବିଏସଏଫ ଯବାନ । ଉଭୟଙ୍କ ଘର ମହାରାଷ୍ଟ୍ର ହୋଇଥିବାବେଳେ ଛୁଟିରୁ ଫେରି କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ । ପୂର୍ବରୁ ଜିଲ୍ଲାରେ ୭ ଜଣ ବିଏସଏଫ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ବର୍ତ୍ତମାନ ୧୨ ଆକ୍ଟିଭ କେସ ମଧ୍ୟରୁ ୯ ଜଣ ବିଏସଏଫ ଯବାନ ବୋଲି ଜଣାଯାଇଛି । ରାଜ୍ୟରେ ଗୁରୁବାର ଆଉ ୨୧୦ ଜଣ କରୋନା ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୨୧୦ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ୯୬୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୪ହଜାର ୧୨୩ ଏବଂ ଆକ୍ଟିଭ କେସ୍ ୧୮୧୫ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ