+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‍ର ଶତ ପ୍ରତିଶତ ସଫଳତା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । କିସରେ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସ୍‍ ହାର ଶତ ପ୍ରତିଶତ ରହିଛି । ବାଣିଜ୍ୟରେ ୬୦% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୫୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କନ୍ଧମାଳର ଝିଅ ମୀନାକ୍ଷୀ ମଲ୍ଲିକ ବିଜ୍ଞାନରେ ସର୍ବାଧିକ ୮୮ ପ୍ରତିଶତ ନମ୍ବର ରଖି ସ୍କୁଲ୍‍ ଟପ୍‍ର ହୋଇଛନ୍ତି । ସେହିପରି ବାଣିଜ୍ୟରେ ପୀତବାସ ଟିଆକା ୮୦ ପ୍ରତିଶତ ନମ୍ବର ରଖିଛନ୍ତି । ଚଳିତ ବର୍ଷ କିସରେ ବିଜ୍ଞାନରେ ୩୧ ଆଦିମ ଜନଜାତି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୮ ଜଣ ପ୍ରଥମ ଶ୍ରେଣୀରେ ପାସ୍‍ କରିଛନ୍ତି । ସେହିପରି ବାଣିଜ୍ୟରେ ୧୮ ଆଦିମ ଜନଜାତି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୧ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ