୨ ମୋବାଇଲ ଚୋର ଗିରଫ
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ଟାଉନଥାନା ଅନ୍ତର୍ଗତ ଆଜିମାବାଦ ଅଞ୍ଚଳରେ ୨ ଦୁର୍ବୁତ୍ତ ଜଣେ ବ୍ୟକ୍ତିର ମୋବାଇଲ ଚୋରି କରି ଦୌଡୁଥିବା ବେଳେ ଲୋକଙ୍କ ହାବୁଡରେ ଧରା ପଡି ନିସ୍ତୁକ ମାଡ ଖାଇବା ପରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ପୋଲିସ ହାତରେ ଦୁଇ ବ୍ୟକ୍ତିଙ୍କୁ ଜିମା ଦେଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିମାନେ ଭାସ୍କରଗଞ୍ଜ ବି ଅଞ୍ଚଳର ଚିତ୍ତ ବିଶ୍ୱାଳଙ୍କ ପୁତ୍ର କିରଣ ବିଶ୍ୱାଳ (୨୪) ଏବଂ ଦର୍ଜି ପୋଖରୀ କିଆଗୋହିରୀ ଅଞ୍ଚଳର ଖେମ୍ଫା ଟୁଡୁଙ୍କ ପୁତ୍ର କାଲା ଟୁଡୁ (୨୫) । ପ୍ରକାଶ ଯେ, ଦୈନନ୍ଦିନ ସନ୍ଧ୍ୟା ସମୟରେ ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ଏବେ ମୋବାଇଲ ଲୁଟେରା ଓ ସୁନାଚେନ୍ ଛିନ୍ତାଇ ଲୁଟେରା ସକ୍ରିୟ ହୋଇଉଠିଛି । ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । କେତେକ ଗଣମାଧ୍ୟମ ପ୍ରତିନିଧିଙ୍କର ଦାମିଦାମି ମୋବାଇଲ ଚୋରି ହୋଇଥିବାର ଅଭିଯୋଗ ମଧ୍ୟ ଟାଉନଥାନାରେ ହୋଇଛି । ଏହି ଦୁଇ ଚୋର ବର୍ଷସାରା ସବୁ ସମୟରେ ବିଭିନ୍ନ ଦ୍ରବ୍ୟ ଚୋରି କରୁଥିବା ବେଳେ ପୋଲିସ ଏମାନଙ୍କୁ ଛାଡି ଦେଉଥିବାର ଅଭିଯୋଗ ହେଉଛି ।


