୨ ଶିକ୍ଷା ବିଭାଗର ମିଳିତ ବୈଠକରେ ଯୋଗ ଦେଲେ ଡିଇଓ

ଶେରଗଡ,( ଦେବୀ ପ୍ରସାଦ ଦାଶ ) : ହିଞ୍ଜିଳିକାଟୁ ଓ ଶେରଗଡ ଦୁଇଟି ବ୍ଲକର ଶିକ୍ଷା ବିଭାଗର ମିଳିତ ଆନୁକୂୁଲ୍ୟରେ ଶେରଗଡ ବ୍ଲକର ସଭାଗୃହରେ ମଙ୍ଗଳବାର ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ ଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶିକ୍ଷାଧିକାରୀ ନିଜର ବକ୍ତବ୍ୟରେ ସୂଚନା ଦେଇଛନ୍ତି ।ଆଗକୁ ଦଶମ ପରୀକ୍ଷା ତେଣୁ ପ୍ରତି ସ୍କୁଲରେ ପାଇଖାନା, ଟେବୁଲ ,ଚେୟାର ଆଦି ସମସ୍ତ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ କୈାଣସି ବିଦ୍ୟାର୍ଥୀ ଯେଉଁପରି ତଳେ ବସି ପରୀକ୍ଷା ନଦେବେ ସେଥି ପ୍ରତି ଧ୍ୟାନ ଦେବାକୁ କହିବା ସହ ଯଦି ଦରକାର ପଡେ ତେବେ ତୁରନ୍ତ ଜଣାଇବାକୁ କାର୍ଯ୍ୟକାରୀ କରିବାକୁ କହିଥିଲେ । ଏଥିସହ ସ୍କୁଲର ପରିବେଶ ସଫା ସୁତରା ରଖିବା ପାଇଁ ଧ୍ୟାନ ଦେବାକୁ କହିଥିଲେ ।ଏଥିସହ ଦୁଇଟି ବ୍ଲକର ୨ ସିଆରସିସି ମାନଙ୍କୁ ପ୍ରତିଦିନ ବିଦ୍ୟାଳୟ ପରିଦର୍ଶନ କର ମୁଲ୍ୟାୟନ ଦିଗରେ ଯଥେଷ୍ଟ ଧ୍ୟାନ ଦେବାକୁ କହିଥିଲେ । ଏଥିସହ ଯେଉଁ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କର ଉପସ୍ଥାନ ସଂଖ୍ୟା କମୁଛି ତେବେ ପ୍ରଧାନ ଶିକ୍ଷକ ମାନେ ଅଭିଭାବକ ମାନଙ୍କୁ ତୁରନ୍ତ ଡକାଇ ଆଲୋଚନା କରିବା ପାଇଁ ନିର୍ଦେଶ ଦେଇଛନ୍ତି । ମୁଖ୍ୟ ଅତିଥି ଭାବରେ ବିଡିଓ ସୁରଜଂନ କୁମାର ସାହୁ ଯୋଗଦେଇ କହିଛନ୍ତି ଯେ ପ୍ରତି ପଂଚାୟତର ସଂରପଞ୍ଚ ଓ ପଂଚାୟତ କର୍ତ୍ତୁପକ୍ଷ ଙ୍କ ସହ ଯୋଗାଯୋଗ କରି ବିଦ୍ୟାଳୟର ବିକାଶ ନିମନ୍ତେ ଅର୍ଥ ଯୋଗାଡ କରିବାକୁ କହିଥିଲେ । ଏଥିସହ ଯେଉଁ ବିଦ୍ୟାଳୟ ଗୁଡିକରେ ପାନୀୟ ଜଳର ଅସୁବିଧା ରହିଛି ସେହି ବିଦ୍ୟାଳୟ ଗୁଡିକରେ ଗ୍ରାମରେ ଥିବା ପାଣି ପ୍ରକଳ୍ପରୁ ଏକ ପଏଣ୍ଟ ବିଦ୍ୟାଳୟକୁ ଦେବା ନିମନ୍ତେ ଅନୁରୋଧ କରାଯାଇପାରିବ । ଏଥିସହ ବିଦ୍ୟାଳୟର ପାଚେରୀ ଭଗ୍ନ ଅବସ୍ଥାରେ ପଡିରହିଛି ତାହାକୁ ତୁରନ୍ତ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ । ଏଥିସହ ଯେଉଁଭଳି ଦୁଇଟି ବ୍ଲକର ଶିକ୍ଷା ବ୍ୟବସ୍ଥା ସୁଦ୍ଧୁରିବ ସେପ୍ରତି ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ,ଗ୍ରାମବାସୀ ଓ ପ୍ରଶାସନ ,ପ୍ରଧାନ ଶିକ୍ଷକ ମାନେ ଏଭଳି ଦିଗରେ ସଂମ୍ପୂର୍ଣ୍ଣ ସହଯୋଗ କରିବାକୁ କୁହାଯାଇଛି । ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି ,ଶେରଗଡ ଗୋଷ୍ଠି ଶିକ୍ଷାଧିକାରୀ ଭାସ୍କର ଲେଙ୍କା,ଏହି ବୈଠକକୁ ସଂଯୋଜନା କରିଥିବା ବେଳେ ହିଞ୍ଜିଳି ଗୋଷ୍ଠି ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ମିଳିତ ବୈଠକ ଅନୁଷ୍ଠିତ ହୋଇଥିବାରୁ ଶିକ୍ଷାବିଭାଗକୁ ଧନ୍ୟବାଦ ଜଣାଇଥିଲେ । ଏହି ବୈଠକରେ ୨ ଟି ବ୍ଲକର ଶିକ୍ଷାବିଭାଗର ଏବିଇଓ ,ସମସ୍ତ ସିଆରସିସି ,ସମେତ ୨ ବ୍ଲକର ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ