+୨ ଶ୍ରୀରାମ କଲେଜ ପରିସରରେ ରେଡକ୍ରସର ୩ ଦିନିଆ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗରରେ ଥିବା ଯୁକ୍ତ ୨ ଶ୍ରୀରାମ କଲେଜ ପରିସରରେ ରେଡ୍‌କ୍ରସର ୩ ଦିନିଆ ଶିବିର ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷ ନବକୃଷ୍ଣ ସାହୁକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମ ଦିନରେ ରେଡକ୍ରସ୍‌ର ଜିଲ୍ଲା କନଭର୍ନର ପ୍ରଦୀପ୍ତ କୁମାର ଷଢଙ୍ଗୀ କଲେଜ ଠାରେ ଉପସ୍ଥିତ ରହି ରେଡକ୍ରସର ଜିଲ୍ଲାସ୍ତରୀୟ କ୍ଲଷ୍ଟର ମିଟିଙ୍ଗ ପରିଚାଳନା କରିଥିଲେ । ସଭା ଆରମ୍ଭ ପୂର୍ବରୁ ରେଡକ୍ରସ୍‌ର ପତାକା ସ୍ଥାନୀୟ ତହସିଲଦାର ଡ.ଲକ୍ଷ୍ମୀ ପ୍ରସାଦ ସାହୁ ଉତ୍ତୋଳନ କରି କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ପରେ କଲେଜର ପ୍ରତିଷ୍ଠାତା ସ୍ୱର୍ଗତ ରଘୁନାଥ ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କଲେଜ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସଭାରେ ତହସିଲଦାର ଡ. ଲକ୍ଷ୍ମୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, କାଶୀନଗର ଏନ୍‌ଏସିର ନିର୍ବାହୀ ଅଧିକାରୀ ଡ.ସତ୍ୟସମ୍ପର୍ଣ୍ଣା ରାଉତ, ଶ୍ରୀରାମ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ. ପ୍ରଶାନ୍ତ ବାନାପିଲି ସମ୍ମାନୀତ ଅତିଥି ବାବେ ଉପସ୍ଥିତଥିଲେ । ଏହି ଶିବିରରେ ତଥା କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ