୨ ହଜାର ୮ଶହ ୩୮ ପାକିସ୍ତାନୀ ଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି- ନିର୍ମଳା ସୀତାରମଣ

ଚେନ୍ନାଇ:- ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଚେନ୍ନାଇରେ ଏକ ସଭାରେ କହିଛନ୍ତି ଯେ, ଗତ ୬ ବର୍ଷ ମଧ୍ୟରେ ୩ ହଜାର ୯ଶହ ୨୪ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି। ସେମାନଙ୍କ ମଧ୍ୟରେ ୨ ହଜାର ୮ଶହ ୩୮ ପାକିସ୍ତାନୀ, ୯ ଶହ ୧୪ ଆଫଗାନିସ୍ତାନୀ ଏବଂ ୧୭୨ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ମୁସଲମାନ୍ ଶରଣାର୍ଥୀ ମଧ୍ୟ ରହିଛନ୍ତି। ଗତ ୨୦୧୪ ସୁଦ୍ଧା ୫ ଶହ ୬୬ ପାକିସ୍ତାନୀ, ଆଫଗାନିସ୍ତାନୀ ଏବଂ ବାଂଲାଦେଶୀ ମୁସଲମାନ୍ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ