୨.୪ ଡିଗ୍ରୀ ଛୁଇଁଲା ଦିଲ୍ଲୀ ତାପାମାତ୍ରା

ନୂଆଦିଲ୍ଲୀ : ଧୀରେ ଧୀରେ ରାଜଧାନୀ ଦିଲ୍ଲୀର ତାପମାତ୍ରା ତଳକୁ ତଳ ହେବାରେ ଲାଗିଛି। ଡିସେମ୍ବର ମାସର ହାଡଭଙ୍ଗା ଶୀତରେ ସମଗ୍ର ଉତ୍ତର ଭାରତ ଥରୁଥିବା ବେଳେ ରାଜଧାନୀ ନୂଆଦିଲ୍ଲୀର ତାପମାତ୍ରା ୨.୪ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚିଛି। ଶନିବାର ସକାଳ ୬.୧୦ ମିନିଟ୍‌ ସମୟରେ ଏହି ତାପମାତ୍ରା ରେକର୍ଡ କରାଯାଇଛି । ୧୯୯୭ ମସିହା ପରଠାରୁ ଏହା ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା । ୧୯୯୭ରେ ତାପମାତ୍ରା ୪.୬ ରହିଥିଲା । ସେହିପରି ବିଗତ ୧୧୮ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା କିଛି ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ହ୍ରାସ ଘଟିବ । ଏହି ସମୟରେ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୧୪.୪ ଡିଗ୍ରୀ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ