୩ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ଯାଜପୁର ଟାଉନ(ଯୁଗାବ୍ଦ ନ୍ୟୁଜ):ଗୁଜୁରାଟର ଅହମଦାବାଦସ୍ଥିତ ଏକ ସୂତାକଳରେ ଅଗ୍ନିକାଣ୍ଡ ଘଟି କାର‌୍ୟ୍ୟରତ ୩ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଯମଧର ପଂଚାୟତ ର ଦୟନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ କାମେଶ ସିଂ ବୋଲି ଜଣା ପଡ଼ିଛି । ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇ ଏମାନେ ସୁଦୂର ଅହମଦାବାଦ ର ଏକ ସୂତାକଳରେ ଗତ ଦୁଇବର୍ଷ ହେଲାଣି କାମ କରୁଥିଲେ । ଗତକାଲି ଅପରାହ୍ନରେ କାମ କରୁଥିବା ସମୟରେ ସୁତାକଳରେ ହଟାଥ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ନିଆଁରେ ପୋଡି ହୋଇ ଏମାଙ୍କ ମୃତ୍ୟ ଘଟିଥିଲା । ସନ୍ଧ୍ୟାରେ ଏ ସମ୍ପର୍କରେ ପରିବାର ଲୋକେ ଖବର ପାଇବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ମୃତ ଶରୀର ଗାଁ କୁ ଫେରେଇ ଆଣିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି । ଆଜି ପୂର୍ବାହ୍ନରେ ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣୀ ନାୟକ,ଯାଜପୁର ବ୍ଲକ ବିଡ଼ିଓ ଓ ବିଧାୟକ ପ୍ରତିନିଧି ଦଳ ମୃତକଙ୍କ ପରିବାର କୁ ଭେଟି ସମବେଦନା ଜଣାଇନ୍ତି । ଏଥି ସହ ମର ଶରୀର ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି ବୋଲି ଭାରପ୍ରାପ୍ତ ଜିଲାପାଳ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ