୩ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ,୧୫ ଗିରଫ,୨୦୦୦୦ ଜବତ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲାରେ ଦଶହରା ଓ କୁମାର ପୁର୍ଣ୍ଣିମା ସମୟରେ ବିଭିନ୍ନ ଗ୍ରାମରେ ଜୁଆ ଖେଳ ଚାଲୁଥିବା ବେଳେ ଗାଙ୍ଗପୁର ଓ ବେଲଗୁଣ୍ଠା ପୋଲିସ ୩ ଟି ଜୁଆ ଖେଳ ଉପରେ ଚଢ଼ାଉ କରି ବିଭିନ୍ନ ଜାଗାରୁ ୧୫ଜଣକୁ ଗିରଫ କରିଥିବା ବେଳେ ୨୦୦୦୦ ଟଙ୍କା, ମୋବାଇଲ ଓ ତାସ୍ ଜବତ କରିଥିବା ଜଣାପଡିଛି ।ପୋଲିସ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଗାଙ୍ଗପୁର ଥାନା ଅଧିକାରୀ ଧିରେଶ୍ କୁମାର ଦାସଙ୍କ ନେତୃତ୍ୱରେ ସଂଧ୍ୟା ୬ଘଣ୍ଟ ସମୟରେ ଗାଙ୍ଗପୁର ପଞ୍ଚାୟତ ବୋରୀ ମନ୍ଦିର ନିକଟରେ ଏକ ଜୁଆ ଖେଳ ଉପରେ ଚଢ଼ାଉ କରି ସେଠାରୁ ଜୁଆ ଖେଳୁଥିବା ୫ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ନଗଦ ୧୦୭୦୦ଟଙ୍କା,ତିନୋଟି ମୋବାଇଲ,ତାସ୍ ଓ ଜରିପାଲ ଜବତ କରିଛନ୍ତି ।ଏ ନେଇ ୧୭୩/୧୯ରେ ଏକ ମାମଲା ରୁଜ୍ଜୁ କରି ଆସନ୍ତା କାଲି ସମସ୍ତ ଖେଳାଳିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।ସେହିପରି ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଦୁଇଟି ଜୁଆ ଖେଳ ଉପରେ ଚଢ଼ାଉ କରାଯାଇଥିଲା ।ଗୋଟିଏ ବିଜୟଲକ୍ଷ୍ମୀ ଶରଣ ପୁର ଗାଁ ଶେଷରେ ମନ୍ଦିର ନିକଟରେ ଚାଲିଥିବା ବେଳେ ସେଠାରୁ ୪ଜଣକୁ ଗିରଫ କରିବା ସହ ନଗଦ ୩୨୫୦ଟଙ୍କା, ତାସ୍ ଓ ଜରିପାଲ ଜବତ କରିଛି ।ଏ ନେଇ ୩୩୦/୧୯ରେ।ଏକ ମାମଲା ରୁଜୁ କରାଯାଇଛି ।ସେହିପରି ଅଢେଇ ଗାଁ ରାସ୍ତା କଡ ମଣ୍ଡପ ଉପରେ ଚାଲିଥିବା ଅଉ ଏକ ଜୁଆ ଖେଳ ଉପର ଚଢ଼ାଉ କରି ସେଠାରୁ ୬ ଜଣକୁ ଗିରଫ କରିବା ସହ ସେଠାରୁ ନଗଦ ୫୧୦୦ ଟଙ୍କା ଜବତ ହୋଇଛି ।ଗିରଫ ସମସ୍ତ ଖେଳାଳୀଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।