୩ଟି ବାଲି ବୋଝେଇ ଟ୍ରାକ୍ଟର ଜବତ ୩ ଚାଳକ ଗିରଫ

ଦିଗପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ପୋଲିସ ସୋମବାର ୩ ଜଣ ଗାଡ଼ି ଚାଳକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଗିରଫ ଅଭିଯୁକ୍ତ ମାନେ ହେଲେ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର  ଲିଟୁ ବାଡ଼ତ୍ୟା, ଏ. କାଳିଆ ପାତ୍ର ଏବଂ ଡ଼ଙ୍କାରି ଗ୍ରାମର ସିଲୁୁ ଗୌଡ଼। ଗତ କିଛି ଦିନ ହେଲା ମଳାଭଞ୍ଜା , ଫାସିଗୁଡ଼ା ସମେତ ବିଭିନ୍ନ ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀ ପଠା ବାଲି ଘାଟ ମାନଙ୍କରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା।ରବିବାର ସକାଳେ ଦିଗପହଣ୍ଡି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ୩୨୬ ନଂ ଜାତୀୟ ରାଜପଥ ଦିଗପହଣ୍ଡି – ମଳାଭଞ୍ଜା ରାସ୍ତାର ମାଁ ଚାମୁଣ୍ଡା ମନ୍ଦିର ସମ୍ମୁଖରେ ଛକି ରହିଥିଲେ।   ଅଭିଯୁକ୍ତ ମାନେ ଟ୍ରାକ୍ଟର ଯୋଗେ  ବେଆଇନ ଭାବେ ବାଲି  ଚାଲାଣ କରୁଥିବା  ୩ ଟି ବାଲି ବୋଝେଇ ଟ୍ରାକ୍ଟର କୁ ସେଠାରେ ଅଟକାଇ ନଥିପତ୍ର ଯାଞ୍ଚ କରିଥିଲେ। ବାଲି ଚାଲାଣ ପାଇଁ ସେମାନଙ୍କ ନିକଟରେ କୌଣସି ଅନୁମତି ପତ୍ର ନଥିବା ରୁ ସେଗୁଡିକୁ ଜବତ କରି ଥାନାକୁ ନିଆଯାଇଥିଲା।ଏନେଇ ଥାନା ଏସ. ଜ୍ୟୋତି ରଞ୍ଜନ ବେହେରା ଏତଲା ଦେଇଥିଲେ।ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୯୫,୯୬ ଓ ୯୭/୨୫ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ