୩ଟି ରକ୍ତଚନ୍ଦନ ଗଣ୍ଡି ଜବତ;ଆନ୍ଧ୍ରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଆନ୍ଧ୍ରକୁ ଚୋରାଚାଲାଣ ପାଇଁ ପ୍ରସ୍ତୁତ ଥିବା ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଆଜି ପୁଣି ଉଦ୍ଧାର କରି ଜବତ କରାଯାଇଛି । ଏହି ଘଟଣାରେ କେହି ଗିରଫ ହୋଇ ନାହାଁନ୍ତି । ଘଟଣାରୁ ପ୍ରକାଶ ଗତ ୧୬ତାରିଖ ଦିନ ପାରଳା ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଗଜପତିର ବାଞ୍ଜେରୀ ଗ୍ରାମ ଛକରୁ ଏକ ଅଟୋରେ ଆନ୍ଧ୍ରଚାଲାଣ ହେଉଥିବା ବେଳେ ଦେଢ କୁଇଣ୍ଟାଲର ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଉଦ୍ଧାର କରି ଜବତ କରାଯାଇଥିଲା । ଏଥିରେ ଗଜପତି ରାୟଗଡ ଗ୍ରାମର ବିରାଜ ଆନ୍ଦପୁ ଏବଂ ଭେଙ୍କେଟେଶ ମିଶାଲଙ୍କୁ ଅଟକ ରଖି ବନ ବିଭାଗ ତରଫରୁ ଅଧିକା ତଦନ୍ତ ଜାରି ରହିଥିଲା । ଏହି ତଦନ୍ତରେ ଅଟକ ଥିବା ଏହି ୨ଜଣଙ୍କ ସୂତ୍ରରୁ ରାୟଗଡ ଗ୍ରାମର ପର୍ବତ ସାହିରେ ଥିବା ପ୍ରାଥମିକ ବିଦ୍ୟାଳୟର ଶୌଚାଳୟରେ ଆହୁରି ୩ଟି ରକ୍ତଚନ୍ଦନ ଗଣ୍ଡିକୁ ଲୁଚାଇ ରଖାଯିବା ଜଣାପଡିଥିଲା । ଏଥିରେ ପାରଳା ଡିଏଫଓ ସଂଗ୍ରାମ କେଶରୀ ବେହେରା ବିଭାଗୀୟ ଅଧିକାରୀଙ୍କ ସହ ଘଟଣା ସ୍ଥଳରେ ଚଢାଉ କରି ଶୌଚାଳୟ ମଧ୍ୟରୁ ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଆଜି ଅପରାହ୍ନରେ ପୁଣି ଉଦ୍ଧାର କରିଛନ୍ତି । ଏହି ୩ଗୋଟି ରକ୍ତଚନ୍ଦନ ଗଣ୍ଡି ଆନ୍ଧ୍ରକୁ ଚୋରାଚାଲାଣ ପାଇଁ ପ୍ରସ୍ତୁତ ରହିଥିଲା । ଏହି ରକ୍ତଚନ୍ଦନ ଚୋରା କାରବାରରେ ଆହୁରି ଅଧିକ ସଂଖ୍ୟକ ବ୍ୟକ୍ତି ସଂପୃକ୍ତ ଥିବା ସାଧାରଣରେ ଅଭିଯୋଗ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ