୩ବର୍ଷ ହେଲା ଅଚଳ ହୋଇ ପଡି ରହିଛି ୨୫କେଭି ଟ୍ରାନ୍ସଫରମର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଏକ ୨୫କେଭି ଟ୍ରାନସଫରମର ଦୀର୍ଘ ୩ବର୍ଷରୁ ଉର୍ଦ୍ଧ ହେବ ଅଚଳ ହୋଇ ପଡି ରହିଥିବାବେଳେ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଅନୁରୋଧ କରାଯାଉତôଲେବି ସେମାନେ ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି । ଫଳେ ଲୋକମାନେ ଅନ୍ୟ ଏକ ଟ୍ରାନସଫରମରରୁ ବିଦୁ୍ୟତ ନେଇ ଲୋ ଭୋଲଟେଜର ଶୀକାର ହେଉଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଅନେକ ବର୍ଷ ହେଲା ଗ୍ରାମର ଶତାଧିକ ବିଦୁ୍ୟତ ଗ୍ରାହକଙ୍କୁ ଗୋଟିଏ ଟ୍ରାନସଫରମରରୁ ବିଦୁ୍ୟତ ସଂଯୋଗ ଦିଆଯାଉଥିଲା । କିନ୍ତୁ ଅନେକ ସମୟରେ ଟ୍ରାନସଫପର ଅଚଳ ହୋଇପଡୁଥିବାରୁ ଗ୍ରାହକମାନେ ଅନେକ ସମୟରେ ବିଜୁଳି ପାଇବାରୁ ବଞ୍ଚିତ ହୋଇ ଆସୁଥିଲେ । ଗତ ୫ବର୍ଷ ତଳେ ଶାସଙ୍ଗ ଗ୍ରାମରେ ୩ଟି ବିପିଏଲ ଟ୍ରାନ୍ସଫରମର ଯୋଗାଇ ଦିଆଯାଇଥିଲା । ଟ୍ରାନସଫରମର ଗୁଡିକ ଲାଗିବାର ଦେଢ଼ବର୍ଷ ପରେ ବିଦୁ୍ୟତ ସଂଯୋଗ ଦିଆଗଲା । ସ୍କୁଲ ନିକଟରେ ବସିଥିବା ଗୋଟିଏ ୨୫କେଭି ବିଦୁ୍ୟତ ଟ୍ରାନସଫରମରୁ ୨୫/୩୦ ଘରକୁ ବିଦୁ୍ୟତ ସଂଯୋଗ ଦିଆଯାଇଥିବାବେଳେ ମାତ୍ର ୭ଦିନ ବିଦୁ୍ୟତ ଯୋଗାଣ ହୋଇଥିବାବେଳେ ଦିନେ ବର୍ଷା ବେଳେ ବିଦୁ୍ୟତ ଟ୍ରାନସଫରମରୁ ବିଦୁ୍ୟତ ସଂଯୋଗ ବିଛିନ୍ନ ହୋଇଯାଇଥିଲା । ବିଦୁ୍ୟତ ବିଭାଗର କର୍ମଚାରୀମାନେ ପହଞ୍ଚି ଏହା ଅଚଳ ହୋଇଛି ମରାମତି କରାଯିବ ବୋଲି କହି ପୁରୁଣା ଟ୍ରାନସଫରମରରୁ ଗ୍ରାହକ ମାନଙ୍କୁ ବିଦୁ୍ୟତ ସଂଯୋଗ ଦେଇ ପଳାଇ ଆସିଲେ । ସେହିଦିନ ଠାରୁ ଟ୍ରାନସଫରମର ଟି ଅଚଳ ହୋଇ ପଡିଥିବା ବେଳେ ଲୋକମାନେ ବାରମ୍ବାର ବିଭାଗୀୟ କର୍ତ୍ତୁପକ୍ଷ ଙ୍କୁ ଅଭିଯୋଗ କରୁତôଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀମାନେ କହିଛନ୍ତି । ପୁରୁଣା ଟ୍ରାନସଫରମରରୁ ସମସ୍ତ ଗ୍ରାହକଙ୍କୁ ବିଦୁ୍ୟତ ଯୋଗାଣ କରାଯାଉଥବବାରୁ ଶେଷ ମୁଣ୍ଡରେ ଥିବା ଗ୍ରାହକମାନେ ଲୋ ଭୋଲଟେଜର ଶୀକାର ହେଉଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏତôପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।


