୩ରେ ପ୍ରାର୍ଥୀପତ୍ର ଦାଖଲ କରିବେ ବିଧାୟକ ରଜନୀକାନ୍ତ
ଅନୁଗୋଳ (ଜୁଗାବ୍ଦ ନ୍ୟୁଜ୍): ଅନୁଗୋଳ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ସିଂହ ଆସନ୍ତ ତିନି ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ । ଏଥିପାଇଁ ବଅଁରପାଳରେ ବିଜେଡି କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଅଁରପାଳ ବ୍ଲକ୍ ବିଜେଡି ସଭାପତି ବିଜୟ ନାଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ପରିଷଦ ମଞ୍ଜୁଲତା ସାହୁ, ବ୍ଲକ୍ ଚେୟାରମ୍ୟାନ ଅଞ୍ଜଳି ଭୋଇଙ୍କ ସମତେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।