୩ରେ ଭାଗବତ ବେହେରାଙ୍କ ୨୦ତମ ଶ୍ରାଦ୍ଧବାର୍ଷିକୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଶିଷ୍ଟ ରାଜନୀତିଜ୍ଞ, ସାମାଜିକ ନ୍ୟାୟ ଆନ୍ଦୋଳନର କର୍ଣ୍ଣଧାର, ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଜନନେତା ସ୍ୱର୍ଗତ ଭାଗବତ ବେହେରାଙ୍କ ୨୦ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜୁନ୍ ୩ ତାରିଖ ଶୁକ୍ରବାର ଦିବା ୧୦ ଘଟିକା ସମୟରେ ଜୟଦେବ ଭବନରେ ଏକ ବର୍ଣ୍ଣାଢ୍ୟ ସମାରୋହ ଅନୁଷ୍ଠିତ ହେବ । ଭାଗବତ ବେହେରା ସ୍ମୃତି ସଂସଦ ଏବଂ ଉତ୍କଳ ଯାଦବ ମହାସଭା, ଭୁବନେଶ୍ୱର ଜିଲ୍ଲା ଆନୁକୂଲ୍ୟରେ ହେବାକୁ ଥିବା ଏହି ସମାରୋହରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ସମ୍ମାନିତ ଅତିଥି ଭାବରେ ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ମହୋଷଧୀ ବାଗ, ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା, ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଓ ଭୁବନେଶ୍ୱର ମହାନଗର ନିଗମ ଡ଼େପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ପ୍ରମୁଖ ଯୋଗଦେବେ । ଏହି ଅବସରରେ ନବନିର୍ବାଚିତ ଜନପ୍ରତିନିଧିମାନଙ୍କୁ ‘ଭୁବନେଶ୍ୱର ଗୌରବ’ ଓ ‘ଓଡ଼ିଶା ଗୌରବ’ ସମ୍ମାନରେ ସମ୍ମାନିତ କରାଯିବ । ଏହି ସମାରୋହରେ ଯୋଗଦେବା ପାଇଁ ଭାଗବତ ବେହେରା ସ୍ମୃତି ସଂସଦ ଓ ଉତ୍କଳ ଯାଦବ ମହାସଭା, ଭୁବନେଶ୍ୱର ଜିଲ୍ଲା ପକ୍ଷରୁ ନିବେଦନ କରାଯାଇଛି ।


