୩ଲକ୍ଷ ଇନାମି ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି,(ଡ଼ଃ ଶିବ ନାରାୟଣ ପାତ୍ର):ମାଲକାନଗିରି ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନରେ ଆକର୍ଷିତ ହୋଇ ୩ଲକ୍ଷ ଇନାମି ମାଓବାଦୀ ହୁରା ସୋଡି ବୀଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ସୂଚନା ଅନୁଯାୟୀ ହୁରା ସୋଡି ନାମକ ଏହି ମାଓବାଦୀ ମାଓ ସଙ୍ଗଠନରେ ରହି ଅନେକ ବଡ ବଡ ହିଂସାକାଣ୍ଡରେ ଜଡିତ ଥିଲା। ମାଓ ସଙ୍ଗଠନର ପ୍ଲାଟୁନ୍ ନମ୍ବର ୧୨ର ଡେପୁଟି କମାଣ୍ଡର ଭାବେ ସେ କାର୍ଯ୍ୟ କରୁଥିବା ବେଳେ ମାଓ ସଙ୍ଗଠନ ନିଜର ନୀତି ଆଦର୍ଶକୁ ଭୁଲି ଯାଉଥିବା ସହ ଅମାନୁଷିକ, ଭିତ୍ତିହୀନ ଆଦର୍ଶ ଏବଂ ସେମାନଙ୍କର ଶୋଷଣ, ସ୍ଥାନୀୟ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର, ହିଂସା ଦେଖି ହୁରା ମାଓ ସଙ୍ଗଠନ ଛାଡି ଆତ୍ମସମର୍ପଣ ପାଇଁ ନିଷ୍ପତ୍ତି ନେଇଥିଲା। ସମାଜର ମୁଖ୍ୟ ସ୍ରୋତରେ ଯୋଗଦେବାକୁ ସ୍ଥିର କରି ହୁରା ବୀଜାପୁର ଜିଲ୍ଲାର ଦନ୍ତେୱାଡା ପୋଲିସ କାର୍ଯ୍ୟଳୟରେ ଆତ୍ମସମର୍ପଣ କରିଛି। ସରକାରୀ ନୀତି ଅନୁଯାୟୀ ତାଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ