୩ୟଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ

ହାଟଡିହି, (ବିକାଶ ବିଶ୍ୱାଳ ) :-ହାଟଡିହି ବ୍ଲକର ତୃତୀୟଶ୍ରେଣୀ ବୃତ୍ତି ପରୀକ୍ଷାଫଳ ପ୍ରକାଶିତ ହୋଇଛି । ଏଥିରେ ବିଭିନ୍ନ ସରସ୍ୱତୀ ଶିଶୁମନ୍ଦିରର ୪ଜଣ ଛାତ୍ରଛାତ୍ରୀ, ସଫଳତା ହାସଲ କରିଥିବାବେଳେ ଅନ୍ୟ ଦୁଇଟି ସରକାରୀ ସ୍କୁଲର ୩ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ବେରୁଣପଦି ୟୁଜିୟୁପି ସ୍କୁଲର ସମୀକ୍ଷା ସାହୁ ୯୩ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ସେହିସ୍କୁଲର ପ୍ରୀୟାଶୁଂ ଶେଖର ସାହୁ ୮୮ମାର୍କ ରଖି ଦ୍ୱିତୀୟ, ହାଟଡିହି ସରସ୍ୱତୀ ଶିଶୁମନ୍ଦିରର ସ୍ୱଣ୍ଣକ୍ଷୀ ନାୟକ ୮୮ମର୍କ ରଖି ତୃତୀୟ, ଛେନାପଦି ୟୁଜିୟୁପି ସ୍କୁଲର ଖୁସୀ ନାୟକ ୮୫ମାର୍କ ରଖି ଚତୁର୍ଥ, ସରସ୍ୱତୀ ଶିଶୁମନ୍ଦିର ହାଟଡିହିର ଦିବେଶ ମଲ୍ଲିକ ୮୫ମାର୍କ ରଖି ପଞ୍ଚମ, ସରସ୍ୱତୀ ଶିଶୁମଦନ୍ଦିର ମତାବାଜର ରିତେଶ ଲୋଚନ ସା ୮୫ମାର୍କ ରଖି ୬ଷ୍ଠ ଓ ସରସ୍ୱତୀ ଶିଶୁମନ୍ଦିର ସୋସୋ କାନପୁରର କୁମକୁମ ବେହେରା ୮୧ମାର୍କ ରଖି ୭ମସ୍ଥାନ ହାସଲ କରିଛନ୍ତି ବୋଲି ହାଟଡିହି ବ୍ଲକର ଏବିଇଓ ସୁରେଶ କୁମାର ଜେନା ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ