୩ୟ ଟି-୨୦- ନ୍ୟୁଜିଲାଣ୍ଡ ଦଳକୁ ୧୮୦ ରନ୍ର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ
ହାମିଲଟନ:- ୩ୟ ଟି-୨୦ରେ ଟିମ୍ ଇଣ୍ଡିଆ ଘରୋଇ ନ୍ୟୁଜିଲାଣ୍ଡ ଦଳକୁ ୧୮୦ ରନ୍ର ଟାର୍ଗେଟ୍ ଦେଇଛି । ୨୦ ଓଭରରେ ୫ ଉଇକେଟ୍ ହରାଇ ୧୮୦ ରନ୍ କରିବାରେ ସକ୍ଷମ ହୋଇଛି। ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୫(୪୦) ରନ୍ କରିଛନ୍ତି । ଦଳକୁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ। ଦୁହେଁ ପ୍ରଥମ ଉଇକେଟ ପାଇଁ ୯ ଓଭରରେ ୮୯ ରନ୍ କରିଥିଲେ। ଦଳ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ହରାଇଥିଲା। ରାହୁଲ ୨୭ ରନ୍ କରି ଆଉଟ୍ ହେବା ପରେ ଅର୍ଦ୍ଧଶତକ ପୂରଣ କରିସାରିଥିବା ରୋହିତ ୬୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଶିବମ ଦୁବେ ମଧ୍ୟ ପ୍ୟାଭିଲିଅନ ଫେରିଥିଲେ। କ୍ରମାଗତ ୩ଟି ଉଇକେଟ୍ ପଡ଼ିବା ପରେ ଭାରତୀୟ ଦଳ ରନ୍ ସଂଗ୍ରହ ହାର କମିଯାଇଥିଲା। ଏହା ପରେ ଅଧିନାୟକ ବିରାଟ କୋହଲି ଏବଂ ଶ୍ରେୟସ ଆୟାର ଦଳକୁ ସମ୍ଭାଳିଥିଲେ । ୧୭ତମ ଓଭରରେ ଦଳର ସ୍କୋର ୧୪୨ ରନ୍ ହୋଇଥିବାବେଳେ ଶ୍ରେୟସ ଆଉଟ୍ ହୋଇଥିଲେ । ପରେ ୩୮ ରନ୍ କରିଥିବା କୋହଲି ମଧ୍ୟ ଆଉଟ୍ ହୋଇଯାଇଥିଲେ । ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ଏବଂ ମନୀଷ ପାଣ୍ଡେଙ୍କ ଦ୍ରୁତ ରନ୍ ସଂଗ୍ରହ ଯୋଗୁ ଦଳର ସ୍କୋର ୧୭୯ରେ ପହଞ୍ଚି ପାରିଥିଲା ।ସୁପରଓଭରର ଶେଷ ଦୁଇ ବଲରେ ଦୁଇଟି ଛକା ସହ ତୃତୀୟ ଟି-୨୦ରେ ଜିତାପଟ ହାସଲ କରିଛି ଟିମ୍ ଇଣ୍ଡିଆ । ଏଥିସହିତ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଟି-୨୦ ସିରିଜ ବିଜୟର ସ୍ୱାଦ ଚାଖିଛି ଭାରତୀୟ ଟିମ୍ । ଅନ୍ୟପଟେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ଖେଳାଯାଇଥିଲା । ଏହି ମ୍ୟାଚରେ ଦୁଇଟି ଯାକ ଇଂନିସର ସ୍କୋର ସମାନ ରହିବା କାରଣରୁ ସୁପରଓଭରର ସାହାଯ୍ୟ ନିଆଯାଇଥିଲା । ସୁପରଓଭରରେ କିନ୍ତୁ ବାଜିମାରିନେଇଛି ଟିମ୍ ଇଣ୍ଡିଆ ।


