୩ୟ ତମ ଅନ୍ତଃ ରାଜ୍ୟସ୍ତରୀୟ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ମ୍ୟାଚ କେସି ଇଲେଭେନ କ୍ଲବ ବିଜୟୀ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ସ୍ଥାନୀୟ ଗୋସାଇଁନୂଆଗାଁ କେସି ହାଇସ୍କୂଲ ଖେଳ ପଡିଆ ଠାରେ କେସି ଇଲେଭେନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୩ୟ ତମ ଅନ୍ତଃ ରାଜ୍ୟସ୍ତରୀୟ ଟେନିସ ବଲ କ୍ରିକେଟ ମ୍ୟାଚର ତୃତୀୟ ଦିବସରେ କେସି ଇଲେଭେନ ବନାମ ମା ଦକ୍ଷିଣ କାଳି କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଦକ୍ଷିଣ କାଳି ଦଳ ଟସ ଜିତି ପ୍ରଥମେ ବୋଲିଙ୍ଗର ନିଷ୍ପତ୍ତି ନେଇଥିଲେ l କେସି ଇଲେଭେନ ପ୍ରଥମେ ବ୍ୟାଟିଙ୍ଗ ଆରମ୍ଭ କରି ନିର୍ଦ୍ଧାରିତ ୧୨.୫ ଓଭର ଖେଳି ସମସ୍ତ ୱକେଟ ବିନିମୟରେ ୧୫୩ ରନ କରିଥିଲେ l ଦଳ ପକ୍ଷରୁ ସୂର୍ଦଶନ ରେଡି ୧୬ ବଲ ଖେଳି ୫୧ ରନ ଓ ଅଭିଷେକ ପଟ୍ଟନାୟକ ୧୮ ବଲ ଖେଳି ୩୯ ରନ କରିଥିଲେ l ଦକ୍ଷିଣ କାଳି ଦଳ ପକ୍ଷରୁ ବୋଲିଙ୍ଗରେ ରାମ ଚନ୍ଦ୍ର ମାହାଙ୍କୁଡ ୩ ଓଭର ପକାଇ ୨୬ ରନ ଦେଇ ୩ ଗୋଟି ୱକେଟ ଅକ୍ତିହାର କରିଥିଲେ l ଜବାବରେ ଦକ୍ଷିଣ କାଳି ଦଳ ମାତ୍ର ୧୨ ଓଭର ଖେଳି ସମସ୍ତ ୱକେଟ ହରାଇ ମାତ୍ର ୯0 ରନ କରିଥିଲେ l ଦଳ ପକ୍ଷରୁ ସୁଦର୍ଶନ ବେହେରା ୧୯ ବଲ ଖେଳି ୪୬ ରନ କରିଥିଲେ l କେସି ଇଲେଭେନ ଦଳ ପକ୍ଷରୁ ବୋଲିଙ୍ଗରେ ଆବିଷ୍କାର ପଟ୍ଟନାୟକ ୩ ଓଭର ପକାଇ ୧୨ ରନ ଦେଇ ୩ ଗୋଟି ୱକେଟ ଅକ୍ତିହାର କରିଥିଲେ l ଆଜିର ମ୍ୟାଚକୁ କେସି ଇଲେଭେନ ଦଳ ୬୩ ରନରେ ବିଜୟ ଲାଭ କରିଲା l ଆଜିର ମ୍ୟାଚରେ କେସି ଇଲେଭେନ ଦଳର ଆବିଷ୍କାର ପଟ୍ଟନାୟକଙ୍କୁ ମେନ ଅଫ ଦା ମ୍ୟାଚ ଭାବେ ବିବେଚିତ କରାଯାଇଛି l ଆଜିର ଏମ୍ପାୟାର ଭାବେ ସୁବ୍ରତ ବକ୍ସି ପଟ୍ଟନାୟକ ଓ ସଚିତ କୁମାର ଚୌଧୁରୀ ମେଚ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଜଗନ୍ନାଥ ଚୌଧୁରୀ ସହଯୋଗ କରିଥିଲେ l ଆଜିର ମୁଖ୍ୟ ଅତିଥି ଭାବେ ୨୬ ନଂ ୱାର୍ଡ କର୍ପୋରେଟର ଧିରେଶ କୁମାର ସାବତ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହ କରିବା ସହ ମେନ ଅଫ ଦା ମ୍ୟାଚ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କେସି ଇଲେଭେନ କ୍ରିକେଟ କ୍ଲବର ସଭାପତି ବରେଶ ମହାପାତ୍ର, ବିଜୟ ପଟ୍ଟନାୟକ,ଲିପନ ପାଣିଗ୍ରାହୀ, ହରିହର ପାଢ଼ୀ,ସହ ସମ୍ପାଦକ ବଳରାମ ପଣ୍ଡା ଉପସ୍ଥିତ ରହି ଖେଳକୁ ସହଯୋଗ କରିଥିଲେ l କାଲିର ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ମିଡ଼ିଆ ଇଲେଭେନ ଓ କେସି ଇଲେଭେନ ଭେଟେରେନ ମଧ୍ୟରେ ଅନୁଷ୍ଠିତ ହେବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ