୩ୟ ଦିନ : ସମିତି ସଭ୍ୟ ୩୫, ସରପଞ୍ଚ ୩୧ ଓ ୱାର୍ଡ ସଭ୍ୟ ୮୧ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକର ୨୧ ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୧୫ ଟି ଗ୍ରାମ ପଞ୍ଚାୟତରେ ତୃତୀୟ ଦିବସ ଜାନୁଆରୀ ୧୯ ତାରିଖ ଦିନ ୩୫ ଜଣ ସମିତି ମେମ୍ବର, ୩୧ ଜଣ ସରପଞ୍ଚ ଓ ୮୧ ଜଣ ୱାର୍ଡ ମେମ୍ଵର ନାମାଙ୍କନ ପତ୍ର ଦାଖଲ କରିଥିବା ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତନ୍ମୟ ପାତ୍ର ମହୋଦୟ ପ୍ରକାଶ କରିଛନ୍ତି । ନିମ୍ନ ଲିଖିତ ପ୍ରକାରେ ବିଭିନ୍ନ ପଞ୍ଚାୟତରେ ସମିତି ମେମ୍ବର, ସରପଞ୍ଚ ଓ ୱାର୍ଡ ମେମ୍ବର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏ.କରଡ଼ାବାଡ଼ି ପଞ୍ଚାୟତରେ ୪ ଜଣ ସମିତି ମେମ୍ବର, ୨ ଜଣ ସରପଞ୍ଚ ଓ ୧୨ ଜଣ ୱାର୍ଡ ମେମ୍ବର। ଅନ୍ତରପଡା ପଞ୍ଚାୟତରେ ୪ ଜଣ ସମିତି ମେମ୍ବର, ୪ ଜଣ ସରପଞ୍ଚ ଓ ୪ ଜଣ ୱାର୍ଡ ମେମ୍ବର । ଅରଖପୁର ପଞ୍ଚାୟତରେ ୨ ଜଣ ସମିତି ମେମ୍ବର, ୨ ଜଣ ସରପଞ୍ଚ ଓ ୪ ଜଣ ୱାର୍ଡ ମେମ୍ବର। ବି.କରଡ଼ାବାଡ଼ି ପଞ୍ଚାୟତ ରେ ୬ ଜଣ ୱାର୍ଡ ମେମ୍ବର । ବାଲିପଦର ପଞ୍ଚାୟତରେ ୭ ଜଣ ସମିତି ମେମ୍ବର, ୨ ଜଣ ସରପଞ୍ଚ ଓ ୧୧ ଜଣ ୱାର୍ଡ ମେମ୍ବର। ଭାଗବାନପୁର ପଞ୍ଚାୟତରେ ୨ ଜଣ ସରପଞ୍ଚ । ବିରଞ୍ଚିପୁର ପଞ୍ଚାୟତରେ ସମିତି ମେମ୍ବର ୩ ଜଣ, ସରପଞ୍ଚ ଜଣେ ଓ ୱାର୍ଡ ମେମ୍ବର ୨ ଜଣ । ଗୌଡ଼ିଆ ବୋରଦା ପଞ୍ଚାୟତରେ ସମିତି ମେମ୍ବର ୨ ଜଣ, ସରପଞ୍ଚ ୨ ଜଣ ଓ ୱାର୍ଡ ମେମ୍ବର ୨ ଜଣ । ଗୋଳାବନ୍ଧ ପଞ୍ଚାୟତରେ ସମିତି ମେମ୍ବର ୪ଜଣ ଓ ସରପଞ୍ଚ ୨ ଜଣ। କଳମ୍ବ ପଞ୍ଚାୟତରେ ସମିତି ମେମ୍ବର ୨ ଜଣ, ସରପଞ୍ଚ ୩ ଜଣ ଓ ୱାର୍ଡ ମେମ୍ବର ୩ ଜଣ। କରଚୁଲି ପଞ୍ଚାୟତରେ ସରପଞ୍ଚ ୨ ଜଣ ଓ ୱାର୍ଡ ମେମ୍ବର ୨ ଜଣ । କରସିଙ୍ଗି ପଞ୍ଚାୟତରେ ୩ ଜଣ ୱାର୍ଡ ମେମ୍ବର। ଖୋଳଖାଳି ପଞ୍ଚାୟତରେ ୨ ଜଣ ସମିତି ମେମ୍ବର ଓ ୫ ଜଣ ୱାର୍ଡ ମେମ୍ବର । ମାଣିତରା ପଞ୍ଚାୟତରେ ସରପଞ୍ଚ ଜଣେ ଓ ୱାର୍ଡ ମେମ୍ବର ୪ ଜଣ । ମୋଟବାଡ଼ି ପଞ୍ଚାୟତରେ ସମିତି ମେମ୍ବର ୪ ଜଣ, ସରପଞ୍ଚ ୨ ଜଣ ଓ ୱାର୍ଡ ମେମ୍ବର ୩ ଜଣ। ପାଙ୍ଗିଡ଼ି ପଞ୍ଚାୟତରେ ୱାର୍ଡ ମେମ୍ବର ୬ ଜଣ । ପୋଚାଲୁଣ୍ଡି ପଞ୍ଚାୟତ ରେ ସରପଞ୍ଚ ୨ ଜଣ ଓ ୱାର୍ଡ ସଭ୍ୟ ୨ ଜଣ । ସଙ୍କୁରୁ ପଞ୍ଚାୟତରେ ସରପଞ୍ଚ ଜଣେ ଓ ୱାର୍ଡ ସଭ୍ୟ ଜଣେ । ତାକରଡା ପଞ୍ଚାୟତରେ ସମିତି ମେମ୍ବର ଜଣେ, ସରପଞ୍ଚ ୩ ଜଣ, ଓ ୱାର୍ଡ ମେମ୍ବର ୧୧ ଜଣ ।