୩ୟ ପର୍ଯ୍ୟାୟ ମୋ ନିବେଦନ କାର୍ଯ୍ୟକ୍ରମ
ହିଂଜିଳିକାଟୁ (ଶେଷଦେବ ସାହୁ) : ହିଂଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ୫ମ ପାଳି ଶାସନ କାଳରେ ୩ଟି ପରେ ପୁଣି ଥରେ ୫ଟି ମନ୍ତ୍ର ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଶାସନ ବ୍ୟବସ୍ଥାକୁ ଅଧିକ ଦକ୍ଷ, କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ ପଂଚାୟତରେ କିପରି ଲୋକଙ୍କ ହାତ ପାହାନ୍ତାରେ ଉପଲବ୍ଧ ହେବ, ସେ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଅଭିଯୋଗ ଶୁଣାଣୀ ‘ମୋ ନିବେଦନ’ କାର୍ଯ୍ୟକ୍ରମ । ହିଂଜିଳି ବ୍ଳକ ପ୍ରଶାସନ ପକ୍ଷରୁ ଶୁକ୍ରବାର ୩ୟ ପର୍ଯ୍ୟାୟରେ ସ୍ଥାନୀୟ ବ୍ଳକ ସିକିରି ଗ୍ରାମ ପଂଚାୟତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସିକିରି ସମେତ, ରାଳବ, ପୋଚିଲିମା, ଚାନ୍ଦୁଲି, ବୁରୁପୋଡ଼ା ଆଦି ୫ ଟି ପଂଚାୟତକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧରଣୀଧର ଭୁୟାଁ. ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ସରପଂଚ ପ୍ରତିମା ବେହେରା, ସମିତିସଭ୍ୟା ରଶ୍ମିତା ବେହେରା, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ସାମାଜିକ ନିରାପତା ଅଧିକାରୀ ଭୀମସେନ ବାରିକ, ପ୍ରାଣୀ ଚିକିତ୍ସକ ଲମ୍ବୋଦର ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ୱନାଥ ମହାରଣା, ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ଃ. ଅନିଲ କୁମାର ରଥ, ମୃତ୍ୟୁଂଜୟ ପାଣିଗ୍ରାହୀ, ହେଲଥ୍ ସୁପରଭାଇଜର ଅଶୋକ ମିଶ୍ର, ରାଜସ୍ୱ ନିରୀକ୍ଷକ ସୁପରଭରାଇଜର ପୁରୁଷୋତମ ରେଡ୍ଡି, କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପାଢି, ସୁରେନ୍ଦ୍ରନାଥ ପ୍ରଧାନ ପ୍ରମୁଖ ମଂଚାସିନ ରହି ୩୯୪ ଟି ଅଭିଯୋଗର ଶୁଣାଣୀ କରିଥିଲେ । କାର୍ଯ୍ୟକ୍ରମକୁ ପିଇଓ ସୁଶାନ୍ତ କୁମାର ପାତ୍ର ପରିଚାଳନା କରିଥିବା ବେଳେ ଶିବରାମ ରଣା, ଅଶ୍ୱିନି କୁମାର ସାହୁ, ଇ.ଶଙ୍କର ରାଓ, ପୁର୍ଣ୍ଣଚନ୍ଦ୍ର ସାହୁ, କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ, ଗୌର ମାଛ, ପୁଷ୍ପିତା ବାରିକ, କେଦାର ପଣ୍ଡା, ଗ୍ରାମ ରୋଜଗାର ସେବକ ଶ୍ରୀକାନ୍ତ ପଣ୍ଡା, ସୁପରଭାଇଜର କେ. ଲକ୍ଷ୍ମୀ, , ପୋଚିଲିମା ସରଂପଚ ଭାଣ୍ଡି ରବିନ୍ଦ୍ର, ଚାନ୍ଦୁଲି ସରଂପଚ ଲକ୍ଷ୍ମଣ ଗୌଡ଼, ବୁରୁପୋଡ଼ା ସରଂପଚ ଉମା ଶଙ୍କର ସାବତ, ଲଡ଼ୁ ବେହେରା, ଗନ୍ତାୟତ ଦଳାଇଙ୍କ ସମେତ ବହୁ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ ।