୩ୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡା : ପୈାରସଂସ୍ଥା ପକ୍ଷରୁ ଡାକ୍ତରଖାନାଛକରେ ୩ୟ ପର୍ଯ୍ୟାୟ “ରୂପାନ୍ତରଣ” କାର୍ଯ୍ୟକ୍ରମ ରବିବାର ସକାଳ ୮ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ୫-ଟି ମିଶନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବରେ କେନ୍ଦ୍ରାପଡା ପୈାରାଚଂଳକୁ ସ୍ୱଛ, ନିର୍ମଳ ଓ ସୁସ୍ଥ ରଖିବା ଉଦେଶ୍ୟରେ କାର୍ଯ୍ୟକ୍ରମ ଗତ ମାର୍ଚ୍ଚମାସ ୧ତାରିଖ ଠାରୁ ଆରମ୍ଭ କରାଯାଇଛି । କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ନିର୍ଦେଶରେ ପୈାରାଚଂଳରେ ପ୍ରତ୍ୟେକ ରବିବାର ସକାଳେ ସହରର ବିଭିନ୍ନ ସ୍ଥାନରେ କରାଯାଇଛି । ଏହି ଉପଲକ୍ଷେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ନେତୃତ୍ୱରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୈାରସଂସ୍ଥାର କର୍ମଚାରୀ ଓ ଅନ୍ୟମାନେ ଡାକ୍ତରଖାନା ଛକ ଠାରୁ କମାରଖଣ୍ଡି ପୋଖରୀ ଛକ ଓ ଡାକ୍ତରଖାନା ଛକ ଠାରୁ ଷେଟବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ଝାଡୁଧରି ଅଳିଆ ଆବର୍ଜ୍ଜନାକୁ ଓଳାଇ ସଫା କରିବା ସହିତ ସହରକୁ ସ୍ୱଛ ଓ ନିର୍ମଳ ରଖିବାକୁ ଏକ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ଅବସରରେ ପୈାରସଂସ୍ଥା ପକ୍ଷରୁ ଖୋଲାଯାଇଥିବା ଷ୍ଟଲରେ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜ୍ଜନାକୁ ଜମାଦେଇଥିବା ବ୍ୟକ୍ତିବିଶେଷ ମାନଙ୍କୁ ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଡିଏମଓ ଡା.ଉର୍ମିଳା ମିଶ୍ର ଯୋଗଦେଇଥିବା ବେଳେ ପୈାରସଂସ୍ଥାର କର୍ମଚାରୀ ମନୋରଞ୍ଜନ ଦାଶ, ସଞ୍ଜୀବ ମହାନ୍ତି, ପ୍ରସାନ୍ତ କୁମାର ନାୟକ, ଭୂବନମୋହନ କାନୁନଗୋ, ଅଶୋକ କୁମାର ସାହୁ, ଗଣେଶ କୁମାର ପାତ୍ର, ତପସ୍ୱିନୀ ଦାସ, ବନମାଳି ସାହୁଙ୍କ ସମେତ ବିଭିନ୍ନ ୱାର୍ଡର ସ୍ୱେଛାସେବୀ, ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ସଫେଇ କାର୍ଯ୍ୟ କରିଥିଲେ । ଏହି ଅବସରରେ ପୈାରାଚଂଳର ଜନସାଧାରଣଙ୍କ ମଧ୍ୟରେ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ