୩ୟ ଶ୍ରେଣୀର ଛାତ୍ର ଏ.ଜି. ଜୀବନଜ୍ୟୋତିଙ୍କ କୃତୀତ୍ୱ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ଶିଶୁ ମନ୍ଦିରର ୩ୟ ଶ୍ରେଣୀର ଛାତ୍ର ଏ.ଜି.ଜୀବନଜ୍ୟୋତି ଜେନା ଶିକ୍ଷା ବିକାଶ ସମିତି କଟକ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଭାରତୀକୃଷ୍ଣ(ଗଣିତ) ପରୀକ୍ଷାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୩ୟ ସ୍ଥାନ ଓ ପ୍ରାଦେଶିକ ମେଧାବୃତ୍ତି ପରୀକ୍ଷାରେ ୯ମ ସ୍ଥାନ ହାସଲ କରିଥିବା ଜଣାଯାଇଛି । ସେ ବନ୍ତ ପଞ୍ଚାୟତ ଧନିଓଝା ଗ୍ରାମର ଅମୀୟ କୁମାର ଜେନା ଓ ମାତା ଗୀତାଞ୍ଜଳୀ ଜେନାଙ୍କ ପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ଗୁରୁଜୀ, ଗୁରୁମା, ପରିବାର ସମେତ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।