୩ୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଲେ ୨୮୬ ପରୀକ୍ଷାର୍ଥୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୮୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩ ଜଣ ଅନୁପସ୍ଥିତ ଥିବା ଜଣାଯାଇଛି । ତୋଫାବିବି ପ୍ରାଥମିକ ବିଦ୍ୟାଳୟରେ ୫୧, କାଦବରାଙ୍ଗ ନୋଡାଲ ହାଇସ୍କୁଲରେ ୫୦, ଗଣିଜାଙ୍ଗସ୍ଥିତ ନେହେରୁ ନୋଡାଲ ହାଇସ୍କୁଲରେ ୪୭, ଗୋବିନ୍ଦପୁରସ୍ଥିତ ପି.ଏସ୍.ନୋଡାଲ ହାଇସ୍କୁଲରେ ୪୪, ଟିଲୋ ନୋଡାଲ ହାଇସ୍କୁଲରେ ୪୫, ବନ୍ତସ୍ଥିତ ମହତାବ ଏମ୍.ଇ ସ୍କୁଲରେ ୪୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାଯାଇଛି । ସେହିପରି ଗଣିଜାଙ୍ଗସ୍ଥିତ ନେହେରୁ ନୋଡାଲ ହାଇସ୍କୁଲରେ ୨ ଓ ଟିଲୋ ନୋଡାଲ ହାଇସ୍କୁଲରେ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାଯାଇଛି । ଏହି ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୨ଟାରେ ଶେଷ ହୋଇଥିଲା । ଅବଜରଭର ଭାବେ ସି.ଆର.ସି.ସି ରାମ ଚନ୍ଦ୍ର ଜେନା, ଭରତ ଚନ୍ଦ୍ର ଓଝା, ପ୍ରଫୁଲ୍ଲ କୁମାର ନାୟକ, ଜଗତ ଜୀବନ ଜେନା, ଦେବବ୍ରତ ଦାଶ, ପରେଶ ଚନ୍ଦ୍ର ପରିଡା ଦାୟୀତ୍ୱ ତୁଲାଇଥିଲେ । ସମସ୍ତ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ନିୟମ ପାଳନ କରାଯାଇଥିଲା ।


